ଚୋରି ମାମଲାରେ ଗିରଫ ଟୁଙ୍ଗୁରୁ ଭୋଳ

ଭୁବନେଶ୍ୱର: ଅ।ଲୋକ ଭୋଳ ଓରଫ ଟୁଙ୍ଗୁରୁ ପୁଣି ଗିରଫ ହୋଇଛନ୍ତି । ଏକ ଚୋରି ମାମଲାରେ ଭରତପୁର ଥାନା ପୁଲିସ ଟୁଙ୍ଗୁରୁଙ୍କୁ ଗିରଫ କରିଛି । ତାଙ୍କ ଠାରୁ ଏକ ୱେଲ୍ଡିଂ ମେସିନ, ହ୍ୟାଣ୍ଡ୍ କଟର ଓ କିଛି ତମ୍ବା ତାର ଜବତ ହୋଇଛି । ଟୁଙ୍ଗୁରୁଙ୍କ ଘର ଗଞ୍ଜାମ ଟିକିରି । ସେ ଭରତପୁର ଥାନା ଅନ୍ତର୍ଗତ ପାତ୍ରପଡ଼ା ଫୁଲେଶ୍ୱରୀ ବସ୍ତିରେ ରହୁଥିଲେ । ପୁଲିସ ସୂଚନା ଅନୁଯାୟୀ, ଗତ ଏପ୍ରିଲ ୧୧ ତାରିଖରେ ଭରତପୁର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରସ୍ଥିତ ଏକ ଗ୍ୟାରେଜ୍ରୁ ୱେଲ୍ଡିଂ ମେସିନ, ହ୍ୟାଣ୍ଡ୍ କଟର ଓ କିଛି ତମ୍ବା ତାର ଚୋରି ହୋଇଥିଲା । ଚୋରି ସମୟର ଦୃଶ୍ୟ ଉକ୍ତ ଗ୍ୟାରେଜରେ ଲାଗିଥିବା ସିସି କ୍ୟାମେରାରେ ଉତ୍ତୋଳିତ ହୋଇଥିଲା । ଗ୍ୟାରେଜ ମାଲିକ ମଣ୍ଟୁ ପ୍ରଧାନ ଏହା ଜାଣିବା ପରେ ଏନେଇ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ପୁଲିସ ଆଇଗିଣିଆ ଅଞ୍ଚଳରୁ ଟୁଙ୍ଗୁରୁଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଚୋରି ସାମଗ୍ରୀ ଜବତ କରିଥିଲା । ପୁଲିସ ତଦନ୍ତରୁ ଟୁଙ୍ଗୁରୁଙ୍କ ନାମରେ ପୂର୍ବରୁ ଭରତପୁର, ଚନ୍ଦକା ଓ ଘଟଗାଁ ଥାନାରେ ୪ଟି ମାମଲା ଥିବା ଜଣା ପଡ଼ିଥିଲା ।