ଟେକି କଚାଡ଼ି ଦେଲା ହାତୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ସଦର ରେଞ୍ଜ ନରଣପୁର ସେକ୍ସନର ଝାରବେଡ଼ ଗ୍ରାମ ନିକଟରେ ହାତୀ ହାବୁଡ଼ରେ ପଡ଼ିଗଲେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀ । ହାତୀଟି ତାଙ୍କୁ ଟେକି କଚାଡ଼ିଦେଲା। ଫଳରେ ଅକାଳରେ ଚାଲିଗଲା ଜଣେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀଙ୍କ ଜୀବନ।ମୃତକ ହେଲେ ଗୋବିନ୍ଦପୁର ଗ୍ରାମର ବସନ୍ତ ମହାନ୍ତ । ଝାରବେଡ଼ ଗ୍ରାମ ନିକଟରେ ୭ ଟିକିଆ ହାତ ପଲ ବିଲରେ ପଶି ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଥିଲା। ଖବର ପାଇ ଗତକାଲି ରାତିରେ ବନ ବିଭାଗ କର୍ମଚାରୀ ଓ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀ ସେଠାରେ ପହଞ୍ଚିଥିଲେ।ସେମାନେ ହାତୀକୁ ଘଉଡାଉ ଥିବାବେଳେ ହଠାତ ଏକ ଦନ୍ତା ହାତୀ ଗୋଠରୁ ଅଲଗା ହୋଇ ବନକର୍ମଚାରୀଙ୍କୁ ଗୋଡ଼ାଇଥିଲା। ଏହାଦେଖି ସମସ୍ତ କର୍ମଚାରୀ ଦୌଡ଼ି ପଳାଇଥିବା ବେଳେ ବସନ୍ତ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ।ଦନ୍ତାଟି ତାଙ୍କୁ ଟେକି କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ବସନ୍ତଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏଥିସହ ମୃତଦେହକୁ ବ୍ୟବଚ୍ଛଦ ପାଇଁ ପଠାଯାଇଛି।ବସନ୍ତ ଦୀର୍ଘ ଦିନ ହେବ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀ ଭାବେ କାର୍ୟ୍ୟ କରୁଥିଲେ । ତାଙ୍କ ମୃତ୍ୟୁକୁ ପରିବାର ଲୋକେ ସହଜେ ଗ୍ରହଣ କରି ପାରୁ ନ ଥିବା ବେଳେ ସେମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।