ନାବାଳିକାଙ୍କୁ କୁକର୍ମ ଘଟଣା ଅଭିଯୁକ୍ତ ସମେତ ୧୦ ଗିରଫ


 ।ା ପ୍ରଭାନୁ୍ୟଜ  ।ା ବରୀ : ବରୀ-ରାମଚନ୍ଦ୍ରପୁର ଥାନା କଳାମାଟିଆ ପଞ୍ଚାୟତରେ ଜଣେ ନାବାଳିକାକୁ ଅତ୍ୟାଚାର ଓ ଦୁଷ୍କର୍ମ କରିଥିବା ବରୀ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ଆଜିକୁ ୪ଦିନ ହେବ ଅଭିଯୁକ୍ତ ଜଣକ ଘଟଣା ଘଟାଇ ପୁଲିସ ଆଖିରେ ଧୂଳି ଦେଇ ଘୂରିବୁଲୁଥିଲା । ଆଜି ଭୋର ସମୟରେ କେନ୍ଦ୍ରାପଡା ଜିଲ୍ଲାର ଦାଣ୍ଡିସାହି ଠାରେ ଜଣଙ୍କ ଘରେ ରହିଥିବା ବେଳେ ଅଭିଯୁକ୍ତ ଅରକ୍ଷିତ ପରିଡା(୫୧)ଙ୍କ ସମେତ ୧୦ଜଣଙ୍କୁ ବରୀ ପୁଲିସ ଗିରଫ କରିଥିବା ପୁଲିସ ସୂଚନା ଦେଇଛି । ସୂଚନାମୁତାବକ, କଳାମାଟିଆ ପଞ୍ଚାୟତର ଜନୈକା ନାବାଳିକାକୁ ସ୍ଥାନୀୟ ଅଞ୍ଚଳର ଜଣେ ଅଭିଯୁକ୍ତ ନେଉଳ ଦେଖିବାକୁ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିଲେ । ନାବାଳିକା ଜଣକ ଅସୁସ୍ଥ ହୋଇପଡିବାରୁ ପରିବାର ଲୋକଙ୍କ ମନରେ ସନେ୍ଦହ ହୋଇଥିଲା । ଘର ଲୋକେ ଝିଅକୁ ପଚରା ଉଚରା କରିବାରୁ ସେ ଘଟଣା ସମ୍ପର୍କରେ କହିଥିଲା । ଝିଅର ଚିକିସôା ପାଇଁ ପରିବାର ଲୋକେ ପ୍ରଥମେ ବାଲିଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ତେବେ ପୀଡ଼ିତାଙ୍କ ଅବସ୍ଥା ଅଧିକ ସଂଙ୍କଟାପନ୍ନ ହେବାରୁ ସେଠାରୁ କଟକ ଏସସିବି ମେଡିକାଲକୁ ସ୍ଥାନ୍ତାନ୍ତର କରାଯାଇଥିଲା । ଏହି ଘଟଣା ପରିବାର ଲୋକେ ବରୀ-ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗକୁ ଭିତ୍ତି କରି ଥାନା କେଶ ନଂ-୫୭୨/୨୪ରେ ଏକ ମାମଲା ରୁଜୁ କରି ଭାରତୀୟ ଦଣ୍ଡ ସଂହିତା ୬୫(୨)/୩୫୧(୩) ବିଏନଏସ/ ସେକ୍ସନ ୦୬ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଆଜି ମୁଖ୍ୟ ଅଭିଯୁକ୍ତ ଅରକ୍ଷିତ ପରିଡା(୫୧)ଙ୍କ ସମେତ ଏହି ଘଟଣାରେ ତାଙ୍କୁ ସହଯୋଗ କରିଥିବା ନୃତନ ପରିଡା(୨୭), ମନିଶା ପରିଡା(୨୩), ଅନୁଶୂୟା ପରିଡା, ଶଶିରେଖା ଜେନା(୪୫), ଚିରଞ୍ଜୀବ ଜେନା(୨୩), ପ୍ରଫୁଲ୍ଲ କୁମାର ଧଳ(୭୨), ସଞ୍ଜୁକ୍ତା ଧଳ(୬୨), ପ୍ରକାଶ ଧଳ(୩୩), ସବିତା ସାମଲ(୫୨), କୈ÷ଳାସ ଚନ୍ଦ୍ର ରାଉତ(୫୬)ଙ୍କୁ ପୁଲିସ ଗିରଫ କରିଥିଲା । ପରେ ପଚରା ଉଚରା ସମୟରେ ଅଭିଯୁକ୍ତ ମାନେ ଘଟଣା ସମ୍ପର୍କରେ ମାନିଥିବା ଜଣାପଡିଛି । ପରେ ପୁଲିସ ସେମାନଙ୍କୁ କୋର୍ଟଚାଲାଣ କରିଥିବା ଜଣାପଡିଛି  ।