ରାସ୍ତା ମରାମତି ନହେଲେ ଆନେ୍ଦାଳନ


 ଆନନ୍ଦପୁର: ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଜଳସୁଆଁ ପଞ୍ଚାୟତ ନୟାଗଡ ଗ୍ରାମ ଅନ୍ତର୍ଗତ ୧୧ ନମ୍ବର ୱାର୍ଡର ଶିବ ମନ୍ଦିର ଠାରୁ ପ୍ରାଥମିକ ବିଦ୍ୟାଳୟ ରାସ୍ତା ମରଣଯନ୍ତା ପାଲଟିଛି । ଦୀର୍ଘ ଦିନଧରି ରାସ୍ତା ମରାମତି ହୋଇନଥିବା ବେଳେ ରାସ୍ତା କଡରେ ଡ୍ରେନର ସୁବିଧା ନଥିବା ନେଇ ୱାର୍ଡ ବାସୀ ଅଭିଯୋଗ କରିଛନ୍ତି । କେତେ ସରପଞ୍ଚ ଆସିଲେଣି ଓ ଗଲେଣି ହେଲେ ରାସ୍ତାଟି ଉପରେ କାହାର ଦୃଷ୍ଟି ପଡ଼ୁନି ।  ବର୍ଷାଦିନେ ଗାଁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଯାତାୟତ କରି ଥାନ୍ତି । ଯଦି  ବ୍ଲକ ପ୍ରଶାସନ ତୁରନ୍ତ ରାସ୍ତା ମରାମତି ନକରନ୍ତି ତେବେ ଆଗାମୀ ଦିନରେ ଗ୍ରାମବାସୀ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି କଲ୍ୟାଣୀ ରାଉତ, ସୁଲୋଚନା ରାଉତ, ତିଳତମା ପରିଡା, ଗୀତାଞ୍ଜଳି ପରିଡା, ବିଜୟ ପରିଡା, ଶଙ୍କର୍ଷଣ ରାଉତ, ବିଜୟା ରାଉତ, ଭରତ ପରିଡା, ଶ୍ୟାମ ସୁନ୍ଦର ପରିଡାଙ୍କ ସମେତ ୱାର୍ଡ ବାସୀ ଚେତାବନୀ ଦେଇଛନ୍ତି । ତେବେ ଏନେଇ ସରପଞ୍ଚ ପ୍ରଶାନ୍ତି ମାଝୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଖୁବ୍ ଶୀଘ୍ର ବିଡ଼ିଓଙ୍କ ଦୃଷ୍ଟିକୁ ଅଣାଯାଇ ରାସ୍ତା ମରାମତି କରାଯିବ ବୋଲି କହିଥିଲେ ।