ପ୍ରେମିକାଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ କରି ପ୍ରେମିକ ଗିରଫ
।ା ପ୍ରଭାନୁ୍ୟଜ ।ା ତିହିଡି; ପ୍ରଥମେ ପ୍ରେମ ପରେ ଅନାବିଳ ସମ୍ପର୍କ ଏବଂ ଶେଷରେ ପରିବାର ଲୋକଙ୍କ ସହମତି ନମିଳିବାରୁ ବିବାହ ବନ୍ଧନରୁ ବଞ୍ଚôତ ହୋଇଥିଲେ ଉଭୟ ପ୍ରେମିକା ଓ ପ୍ରେମିକ । ମାତ୍ର ପ୍ରେମିକା ସହିତ ପୂର୍ବରୁ ରହିଥିବା ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ କରି ପ୍ରେମିକ ଗିରଫ ହୋଇଥିବା ସୂଚନା ମିଳିଛି । ଏକ ନକଲି ଫେସ୍ବୁକ୍ ଆଇଡି ଜରିିଆରେ ପ୍ରେମିକ ଜଣକ ଭାଇରାଲ୍ କରିଥିଲା । ପ୍ରେମିକା ଜଣକ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହିତ ଥାନାରେ ଅଭିଯୋଗ କଲେ ପରିଣତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଥିଲା । ଅନ୍ୟ ଉପାୟ ନପାଇ ପ୍ରେମିକା ଜଣକ ଥାନାରେ ଦ୍ୱାରସ୍ଥ ହୋଇଥିଲେ । ଗିରଫ୍ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ବୈସିଙ୍ଗା ଥାନାଧିନ ଦଲଦଲି ଗ୍ରାମର ତନ୍ମୟ କୁମାର ବାରିକ ବୋଲି ସୂଚନା ମିଳିିଛି । ପ୍ରେମିକାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡି ଥାନାଧିନ ଲଞ୍ଜାତାରା ଗ୍ରାମର ବୋଲି ଜଣାଯାଇଛି ।
ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ, ଉଭୟ ପ୍ରେମିକା ଓ ପ୍ରେମିକ ଗତ ୨୦୨୦ ମସିହା ଠାରୁ ପରିଚିତ ହୋଇଥିଲେ । ଭଦ୍ରକରେ ଏମ ବଜାରରେ କାମ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ବର୍ଷେ ପରେ ସେମାନେ ଭୁବନେଶ୍ୱର ସ୍ଥିତ ୱାର୍ଲଡ ସ୍କିଲ ସେଣ୍ଟରରେ ଆଡମିଶନ ନେଇଥିଲେ । ସେଠାରୁ ଉତ୍ତିର୍ଣ୍ଣ ହେବା ପରେ ତନ୍ମୟ ରୋଜଗାର ପାଇଁ ଚେନ୍ନାଇ ଚାଲିଯାଇଥିଲେ । ତେବେ ପରସ୍ପର ବିବାହ କରିବା ପାଇଁ କହିବା ପରେ ତନ୍ମୟଙ୍କ ପରିବାର ପକ୍ଷରୁ ବିରୋଧ କରାଯାଇଥିଲା । ଫଳରେ ତନ୍ମୟ ଦୂରେଇ ଯାଇଥିଲେ । ଯେତେବେଳେ ସେମାନେ ସମ୍ପର୍କରେ ଥିଲେ ଅଭିଯୁକ୍ତ ତନ୍ମୟ ଉଭୟଙ୍କର ଅନେକ ମିଳିତ ଫଟୋଗ୍ରାଫ ଓ ଭିଡିଓ କ୍ଲି୍କ କରି ରଖିଥିଲା । ଅଲଗା ହେବା ପରେ ଏକ ନକଲି ଆକାଉଣ୍ଟଖୋଲି ଫେସବୁକରେ ସମସ୍ତ ଅନ୍ତରଙ୍ଗ ମୁହର୍ତ୍ତର୍ର ଫଟୋ ଭାଇରାଲ କରିଥିଲା । ଏହି ଘଟଣା ସମ୍ପର୍କରେ ଯୁବତୀ ନିଜର ବାପା ଓ ଅଭିଭାବକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ତନ୍ମୟ ସଂପୃକ୍ତ ଯୁବତୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଥାନାରେ ଜଣାଇଲେ ପରିଣାମ ଭୟଙ୍କର ହେବ ବୋଲି ଧମକ ଦେଇଥିଲା । ଉପଯୁକ୍ତ ପ୍ରମାଣ ପାଇବା ପରେ ତିହିଡ଼ି ଥାନା ଅଧିକାରୀ ପ୍ରସନ୍ନ କୁମାର ନାୟକ ଅଭିଯୋଗର ମାତ୍ର ୩ ଦିନ ମଧ୍ୟରେ ଶନିବାର ପୂର୍ବାହ୍ନ ୧୧ ଘଟିକାରେ ଭଦ୍ରକ ରେଳ ଷ୍ଟେସନ ନିକଟରୁ ଅଭିଯୁକ୍ତକୁ ଗିରଫ କରି ଭଦ୍ରକ କୋର୍ଟକୁ ପଠାଇଛନ୍ତି ।