ନିର୍ବାଚନମଣ୍ଡଳୀ ବିକାଶ କମିଟି ବୈଠକ , ମାଟି ପାଇଁ କାମ କର: ବିଧାୟକ

ାା ପ୍ରଭାନୁ୍ୟଜ୍ ।ା ଭଦ୍ରକ: ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିଭିନ୍ନ ବିଭାଗୀୟ ସରକାରୀ ଯୋଜନା ସବୁର କାର୍ଯ୍ୟକାରୀତା ନେଇ ସଫଳତା, ସମସ୍ୟା ଓ ସଚେତନତା ସମ୍ବନ୍ଧୀୟ ସମୀକ୍ଷା ପାଇଁ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ବିକାଶ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ପରିଚାଳନା ବିଭାଗ ଯୁଗ୍ମ ନିଦେ୍ର୍ଦଶକ ମହେଶ ଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାୟ, ଅତିରିକ୍ତ ଏସ୍.ପି. ବାସୁଦେବ ସ୍ୱାଇଁ, ଭଦ୍ରକ ପଞ୍ଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ ଓ ଭଦ୍ରକ ପୌରପାଳିକା ଅଧ୍ୟକ୍ଷା ଗୁଲମକ୍କୀ ଦଲୱାଜି ହବିବ୍ ପ୍ରମୁଖ ଯୋଗଦେଇ ଥିଲେ । ସାଧାରଣ ଜନତାଙ୍କ ଜୀବନ ଜୀବିକା ସହ ଜଡ଼ିତ ରହୁଥିବା କୃଷି, ଉଦ୍ୟାନକୃଷି, ପ୍ରାଣୀ ସମ୍ପଦ, ମତ୍ସ୍ୟ ଓ ମୃତ୍ତିକା ସଂରକ୍ଷଣ ପ୍ରମୁଖ ୫ଟି ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଜନ କଲ୍ୟାଣକାରୀ ଯୋଜନାର ସୁବିଧା ବିଷୟରେ ସଚେତନ କରାଯାଇ ଆଗ୍ରହୀ ହିତାଧିକାରୀଙ୍କୁ ସାମିଲ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ପାର୍ଟିଠାରୁ ଉଦ୍ଧ୍ୱର୍ରେ ରହି ମାଟି ପାଇଁ କାମ କରି ଭଦ୍ରକର ସର୍ବାଙ୍ଗୀନ ବିକାଶରେ ସହାୟକ ହେବ । କୃଷି ବିଭାଗ ଜରିଆରେ ଆଗାମୀ ରବି ଋତୁ ପାଇଁ ମୁଗ, ବିରି, ସୂର୍ଯ୍ୟମୁଖୀ, ରାଶି ଆଦି ଚାଷ ପାଇଁ ଧାର୍ଯ୍ୟ ଲକ୍ଷ୍ୟ, ଫଳ ବୃକ୍ଷ ଚାରା ରୋପଣ, ଉନ୍ନତ କିସମର ଶଙ୍କର ଜାତୀୟ ପରିବା ଚାଷ, ତାଳତେଲ ଚାଷ, ରବି ଆଳୁ ଚାଷ ପାଇଁ କ୍ଷେତ୍ର ଓ ହିତାଧିକାରୀ ଚିହ୍ନଟ, ପ୍ରାଣୀ ସମ୍ପଦ ବିଭାଗର ଭ୍ରାମ୍ୟମାଣ ଚିକିତ୍ସ. ଟୀକାକରଣ, କୁକୁଡ଼ା, ଛେଳି, ମଇଁଷି, ଗୋପାଳନ, ଗୁହାଳ ଯୋଜନା, ଗୋଶାଳାକୁ ସହାୟତା ପ୍ରଦାନ, ମୃତ୍ତିକା ସଂରକ୍ଷଣ ବିଭାଗର ଫାର୍ମ ପଣ୍ଡ ଯୋଜନା ସହିତ ସଂପୃକ୍ତ ଅନ୍ୟ ପ୍ରମୁଖ ୪ଟି ବିଭାଗର ସହାୟତାରେ ସମନ୍ୱିତ କୃଷି ଯୋଜନା ଆଦି ସମ୍ବନ୍ଧରେ ବିଭାଗୀୟ ଅଧିକାରୀମାନେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଓରମାସ୍, କ୍ଷୁଦ୍ରଜଳ ସେଚନ, ନିୟୋଜନ ଓ ଦକ୍ଷତା ବିକାଶ, ଯୋଗାଣ, ସାମାଜିକ ସୁରକ୍ଷା ବିଭାଗର ଯୋଜନା ସମ୍ବନ୍ଧୀୟ କାର୍ଯ୍ୟକାରୀତା ଓ ସୁବିଧା ସୁଯୋଗ ସମ୍ବନ୍ଧରେ ମଧ୍ୟ ସମୀକ୍ଷା କରାଯାଇଥିଲା । ଜିଲ୍ଲା ଯୋଜନା ବିଭାଗର ଅନ୍ୟତମ ଅଧିକାରୀ ହରିହର ଗୁଇଁ, ଭଗବାନ ବାରିକ୍, ସରୋଜ ଦାସ, ରଶ୍ମିତା ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।