ଜାଲରେ କୁମ୍ଭୀର ଛୁଆ 

ରାଜନଗର : ରାଜନଗର ବ୍ଲକ ଇଶ୍ୱରପୁର ପଞ୍ଚାୟତ ସଦର ମହକୁମା ଦେଇ ଯାଇଥିବା ରାଜନଗର-ତାଳଚୁଆ ପୂର୍ତ ବିଭାଗ ରାସ୍ତା ପାଶ୍ୱର୍ରେ ଥିବା କେନାଲରୁ ଏକ ଛୋଟ କୁମ୍ଭୀର ଛୁଆ ଉଦ୍ଧାର ହୋଇଛି । ଇଶ୍ୱରପୁର ଗ୍ରାମର ଜନୈ÷କ ବ୍ୟକ୍ତି ଜାଲ ପକାଉଥିବା ସମୟରେ ଜାଲରେ ଏହି କୁମ୍ଭୀର ଛୁଆ ପଡିଥିଲା  । ଏହି କୁମ୍ଭୀର ଛୁଆକୁ ବାଲଟିରେ ରଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ । ଫରେଷ୍ଟର ନବୀନ କୁମାର ମଲ୍ଲିକଙ୍କ ନିଦେ୍ର୍ଦଶକ୍ରମେ ବନକର୍ମଚାରୀ ଅଲେଖ ପରିଡା କୁମ୍ଭୀର ଛୁଆକୁ ନେଇ ଖୋଳା ନଦୀରେ ଛାଡି ଦେଇଥିବା ଜଣାପଡିଛି  ।