ସବୁ ମୋଡ଼ରେ ଜୀବନ’ ଉନ୍ମୋଚିତ

 କେନ୍ଦ୍ରାପଡା: ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଅବସରରେ ସମଗ୍ର ଏସିଆ ମହାଦେଶରେ ପ୍ରସିଦ୍ଧି ଅର୍ଜନ କରିଥିବା ପୁନର୍ବାସ କୈନ୍ଦ୍ରିକ ଅନୁଷ୍ଠାନ ସ୍ୱାମୀ ବିବେକାନନ୍ଦ ପୁନର୍ବାସ ଓ ପ୍ରଶିକ୍ଷଣ କେନ୍ଦ୍ରରେ କଥାକାର ତଥା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବିରଜା ରାଉତରାୟଙ୍କ ଦ୍ୱାରା ସମ୍ପାଦିତ ଭିନ୍ନ ସ୍ୱାଦର ଗଳ୍ପ ସଂକଳନ "ସବୁ ମୋଡ଼ରେ ଜୀବନ’ ପାଠକାର୍ପିତ ହୋଇଛି । ଉକ୍ତ ଦିବସରେ ଅନୁଷ୍ଠିତ ସଭାରେ ରାଜ୍ୟର ଇସ୍ପାତ, ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଏସ୍ ଭିନିରତର୍ର ନିଦେ୍ର୍ଦଶକ ପ୍ରଫେସର ଡ଼ ପତିତପାବନ ମହାନ୍ତି ଓ ଉପନିଦେ୍ର୍ଦଶକ ଡା. କିଶୋର ମହାପାତ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଏହି ଗଳ୍ପ ସଂକଳନଟିର ସ୍ୱତନ୍ତ୍ରତା ହେଉଛି ଭିନ୍ନକ୍ଷମତାକୁ ନେଇ ଓଡ଼ିଆ ଭାଷାରେ ରଚିତ ହୋଇଥିବା ସକରାତ୍ମକ ତଥା ପ୍ରତ୍ୟୟଯୁକ୍ତ ଗଳ୍ପଗୁଡିକ ଏଥିରେ ସ୍ଥାନିତ ହୋଇଛି । ସମୁଦାୟ ୧୬ ଗୋଟି ନିର୍ବାଚିତ ଗଳ୍ପକୁ ଚୟନ କରାଯାଇଛି । ପ୍ରତିଥଯଶା କଥାଶିଳ୍ପୀ ଚନ୍ଦ୍ରଶେଖର ରଥ, ପ୍ରତିଭା ରାୟ, ରାମଚନ୍ଦ୍ର ବେହେରା, ଗୌରହରି ଦାସ ପ୍ରମୁଖଠାରୁ ଆରମ୍ଭ କରି ହିରଣ୍ମୟୀ ମିଶ୍ର ଓ ଯୁବ ପିଢିର କଥାକାରମାନଙ୍କ ଗଳ୍ପରେ ସମୃଦ୍ଧ । ଏହି ସଂକଳନ ପ୍ରସ୍ତୁତିର ସମ୍ପାଦନା ସହାୟିକା ଭାବେ ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ ଥିବାବେଳେ ଏହାର ପ୍ରକାଶନ ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ବ୍ଲାକ୍ ଇଗଲ୍'ତରଫରୁ କରାଯାଇଛି  ।