ପିଇଓଙ୍କ ବଦଳି ଦାବି

 ନୂଆପଡା : ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବିରିଘାଟ ପଞ୍ଚାୟତରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି ଦାବି କରିଛନ୍ତି ବିରିଘାଟ ପଞ୍ଚାୟତବାସୀ । ଏହି ପଞ୍ଚାୟତରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ କୁମାର ମଲ୍ଲିକ ନିଶାଦ୍ରବ୍ୟ ସେବନ କରି ପଞ୍ଚାୟତର ଜନସଧାରଣଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି । ଏନେଇ ପଞ୍ଚାୟତବାସୀ ଖଡ଼ିଆଳ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରି ପିଇଓଙ୍କ ବଦଳି କରିବାକୁ ଦାବି କରିଛନ୍ତି । ବିଡ଼ିଓ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ ଆସନ୍ତା ଦିନରେ ପଞ୍ଚାୟତବାସୀ ଅନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ପିଇଓ ସୁବ୍ରତ କୁମାର ମଲ୍ଲିକଙ୍କୁ ଯୋଗାଯୋଗ କରାଯିବାରୁ ଅଭିଯୋଗକୁ ଅସ୍ୱୀକାର କରିଥିଲେ ।