ନକଲି ମଦ ଚୋରା ଚାଲାଣ,ଜଣେ ଗିରଫ

 ହିଞ୍ଜିଳିକାଟୁ: ନକଲି ମଦ ଚୋରା ଚାଲାଣର ନୂଆ ତରିକା  ।  ଯାତ୍ରୀବାହୀ ବସ୍ରେ  କୁରୁକୁରେ କାର୍ଟୁନ୍ ରେ ନକଲି ମଦ  ନେଉଥିଲେ   । ନକଲି ମଦ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ଗୁଇନ୍ଦା ବିଭାଗ ପୋଲିସ । ଜଣଙ୍କୁ ଗିରଫ କରିବା ସହ ୧୭.୨୮୦  ଲିଟର ନକଲି ମଦ ଓ ଈ ସ୍କୁଟି ଜବତ କରିଛି ଗୁଇନ୍ଦା ବିଭାଗ । ଏକ ବିଶେଷ ସୁତ୍ରରୁ ଖବରପାଇ  ଶନିବାର ଭୋରରେ ହିଞ୍ଜିଳିକାଟୁ ଠାରୁ ଭୟା ପୁରୁଷୋତ୍ତମପୁର ଦେଇ କବିସୂର୍ଯ୍ୟନଗର ଯାଉଥିବା ଘରୋଇ ବସ୍?  ଶ୍ରୀ ମନ୍ଦିର ରେ ଚୋରା ଦେଶୀ ମଦ ଯାଉଥିବାର ଖବର ପାଇଥିଲା ଅବକାରୀ ଗୁଇନ୍ଦା ବିଭାଗ ପୋଲିସ  । ହିଞ୍ଜିଳିକାଟୁ ବସଷ୍ଟାଣ୍ଡରେ ଚଢାଉ ପରେ ନକଲି  ମଦ ସହ  ଜଣେ ଧରାପଡିଛନ୍ତି  । ଗିରଫ  ଜଣକ ହେଲେ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମାଣିକ ନଗର ବାସିନ୍ଦା ସୂର୍ଯ୍ୟନାରାୟଣ ପାତ୍ର ୩୮  । ୮ ମାସ ହେବ ଏହି ବସ୍ରେ କୁରୁକୁରେ ସହ ନକଲି ମଦ ପୁରୁଷୋତ୍ତମପୁର ପଠାଉଥିବା କହିଛନ୍ତି ଗିରଫ ଅଭିଯୁକ୍ତ  । ତେବେ ଚୋରା ନକଲି ମଦ ନେଟୱର୍କର ମାଷ୍ଟରମାଇଣ୍ଡ କିଏ ସେ ସଂପର୍କରେ ମୁହଁ ଖୋଲୁନାହାନ୍ତି ଗିରଫ ଅଭିଯୁକ୍ତ  । ଏହି ନକଲି ମଦକୁ କୁରୁକୁରେ ସହ ଗାଁ ଗୁଡ଼ିକର ପାନ ଦୋକାନ ଠାରୁ ଆରମ୍ଭ କରି ଅନ୍ୟ ଦୋକାନ ମାନଙ୍କରେ କମ ଦାମରେ ବିକ୍ରି କରୁଥିଲେ । ହିଞ୍ଜିଳିକାଟୁ ପୌରପରିଷଦର ସାହି ଗଳି ଦୋକାନ ସହ ଚା ଦୋକାନ ପାନ ଦୋକାନରେ ବହୁଳ ପରିମାଣରେ ବିକ୍ରୀ ହେଉଛି ନକଲି ମଦ । ଦୀର୍ଘ ଦିନ ଧରି ଏଭଳି ମଦ ବିକ୍ରି କରୁଥିବା ବେଳେ ବର୍ତ୍ତମାନ ଛତ୍ରପୁର ଅବକାରୀ ଗୁଇନ୍ଦା ବିଭାଗପୋଲିସ ଗିରଫ କରିଛି । ଆଉ କେହି ସମ୍ପୃକ୍ତି ରହିଛି କି ନାହିଁ ସେ ନେଇ ତଦନ୍ତ ଜାରୀ ରହିଥିବା କହିଛନ୍ତି  ଛତ୍ରପୁର ଅବକାରୀ ଗୁଇନ୍ଦା ବିଭାଗର ଆରକ୍ଷୀ ଉପଅଧୀକ୍ଷକ  ସ୍ୱାଧୀନ ସାହୁ । ଏନେଇ ପି ଆର କେଶ ନଂ ୭୩/୨୪/୨୫ ରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ ।ଏହି ଚଢାଉ ସମୟରେ ପୁରୁଷୋତ୍ତମପୁର ଅବକାରୀ ବିଭାଗ ନିରିକ୍ଷକ ଅଂଶୁମାନ ଜେନା,ଭାରପ୍ରାପ୍ତ  ଅଧିକାରୀ ଦେବାଶିଷ ମହାପାତ୍ର, ଛତ୍ରପୁର ଏସ ଏଫ୍ ଏ ଏସ ଆଇ ରବିନ୍ଦ୍ରନାଥ ବିଶ୍ୱାଳ, ହିଞ୍ଜିଳିକାଟୁ ଅବକାରୀ ବିଭାଗ ଭାରପ୍ରାପ୍ତ ଅଧିକାରୀ ସୁମିତ୍ରା ବିଶି, ହିଞ୍ଜିଳିକାଟୁ ଅବକାରୀ ବିଭାଗ ର ଏସ ଭିମା ରାଓ,ଲୋକେଶ୍ୱର ପ୍ରଧାନ, ପ୍ରଫୁଲ୍ଲ ଶବର, ଲିଙ୍ଗରାଜ ମଲିକ ପ୍ରମୁଖ ଚଢ଼ାଉ ବେଳେ ସହଯୋଗ କରିଥିଲେ । ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ତନାଘନା ଚଳାଇଛି ଅବକାରୀ ବିଭାଗ ପୋଲିସ ।