ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକଦିବସୀୟ ସଚେତନତା ଶିବିର
ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦରରେ ଥିବା ପି.ଏମ୍.ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକ ଦିବସୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମଟିର ଆୟୋଜନ କରାଯାଇଥିଲାକ୍ଷ "ଜାନକାରି ବନାୟିଏ-ସତର୍କ ରହି’ ଏହି ନାରାକୁ ଦେଇ ଛାତ୍ରଛାତ୍ରୀଙ୍କ ଭଳି କୋମଳ ବୟସରୁ ପିଲାମାନେ କିପରି ଆର୍ଥିକ ସ୍ଥିତିକୁ ସୁଦୃଢ କରିବେ ସେଥିପାଇଁ ସଞ୍ଚୟ ବିନିଯୋଗ ଆଦି ବହୁ ବିଷୟ ଉପରେ ଆଲୋଚନା କରାଯାଇଥିଲାକ୍ଷ କାର୍ଯ୍ୟକ୍ରମଟିରେ ଦୁଇ ଶହରୁ ଅଧିକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ସଞ୍ଚୟ ବିନିଯୋଗ ଆଦି ବହୁ ଦିଗରେ ଜ୍ଞାନ ଲାଭ କରି ଆନନ୍ଦିତ ହୋଇଥିଲେ । ଏହାସହ ବର୍ତ୍ତମାନ ହେଉଥିବା ବିଭିନ୍ନ ଠକାମିରୁ କିପରି ଦୂରେଇ ରହିବେ ସେନେଇ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଅବଗତ କରଯାଇଥିଲା । ଜବାହର ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷ ଅରବିନ୍ଦ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ଶାଖା ପରିଚାଳକ ନୀଳାଞ୍ଚଳ ସୁବୁଦ୍ଧି, ମୁଖ୍ୟବକ୍ତା ରୂପେ ଏଲ୍.ଡି.ମ୍ ଚକ୍ରଧର ନାଏକ, ସମ୍ମାନିତ ଅତିଥି ରୂପେ ଏଫ୍.ଏଲ୍.ସି ହୀରାନାଥ ପଣ୍ଡା ଏବଂ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଡଃ. ରଞ୍ଜନ କୁମାର ସ୍ୱାଇଁ ଯୋଗଦେଇଥିଲେ । ବିଦ୍ୟାଳୟର ଇଂରାଜୀ ଶିକ୍ଷିକା ଅନ୍ୱଷା ଭରଦ୍ୱାଜ କାର୍ଯ୍ୟକ୍ରମଟିରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ବିଦ୍ୟାଳୟର କଳା ଶିକ୍ଷିକା ଧନ୍ୟବାଦ ଅର୍ପଣ କରିଥିଲେ ପରିଶେଷରେ କର୍ମକର୍ତ୍ତାଙ୍କ ତରଫରୁ ପିଲାମାନଙ୍କୁ ନୋଟବୁକ୍, ପେନ୍ ଆଦି ପ୍ରଦାନ କରାଯାଇଥିଲା ।