କିଛି ଦିନ ପାଇଁ ଦଳରେ କାଳ ବୈଶାଖୀ ଚାଲିବ

 ବିଜେଡିରେ ୱାକଫ୍‌ ବିଲ୍‌କୁ ନେଇ ଦେଖାଦେଇଥିବା ବିବାଦ ପରେ ଜଣଙ୍କ ପରେ ଜଣେ ବରିଷ୍ଠ ନେତା ପ୍ରତିକ୍ରିୟା ରଖୁଛନ୍ତି । ଏହାରି ଭିତରେ ଭୂପିନ୍ଦର ସିଂ କହିଛନ୍ତି ଦଳରେ କାଳ ବୈଶାଖୀ ଚାଲିଛି । ପବନ ଟିକେ ଅଧିକା ହେଉଛି । ଏହା କିଛି ଦିନ ପାଇଁ ଚାଲିବ । ୱାକଫ ବିଲକୁ ବିଜେଡିର ସମର୍ଥନ ଭୁଲ ମେସେଜ ଯାଉଛି । ନବୀନ ପଟ୍ଟନାୟକଙ୍କ ସବୁ ଧର୍ମ ପ୍ରତି ସମ୍ମାନ ରହିଛି । ଭୋଟ ଦେଲାବେଳେ ମୁଁ ସେଇଠି ନଥିଲି । ଏ ବାବଦରେ ରାଜ୍ୟସଭା ସାଂସଦ ଦେବାଶିଷ ବାବୁ କହିଛନ୍ତି । ସାଂସଦ ମାନେ କେଉଁ ପରିସ୍ଥିତିରେ ବିଜେପିକୁ ସମର୍ଥନ କରିଛନ୍ତି ଏହାକୁ ଅନୁଧ୍ୟାନ କରିବାକୁ ଅନେକ ବିଧାୟକ ଚିଠି ଲେଖିଛନ୍ତି । ଦେବାଶିଷ ବାବୁ କହିଛନ୍ତି ଦଳର ନିର୍ଦ୍ଦେଶକୁ ପାଳନ କରୁଛୁ । ଆମେ ବିଜେଡି ସଭାପତିଙ୍କ ସହ ଆଲୋଚନା କରିଛୁ । ସମୟ ବଳିଆନ । ସମୟକୁ ଅପେକ୍ଷା କରନ୍ତୁ । ବିଜେଡି ଦଳରେ କାହାରି ଶକ୍ତି ନାହିଁ ଯେ କୌଣସି ନିଷ୍ପତ୍ତି କେହି ବଦଳାଇ ଦେଇପାରିବେ। ଏହା ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ସାମ୍ନାକୁ ଆଣିବାକୁ ପଡ଼ିବ ବୋଲି ଭୂପିନ୍ଦର କହିଛନ୍ତି ।