ବେଫିକର ଘରୋଇ ହସ୍ପିଟାଲ: କାର୍ଯ୍ୟକାରୀ ହେଉନି ବର୍ଜ୍ୟବସ୍ତୁ ପରିଚାଳନା ନିୟମ 

 ଯାଜପୁର: ସରକାରୀ ହେଉ କି ଘରୋଇ ହସପିଟାଲ ବର୍ଯ୍ୟବସ୍ତୁ ପରିଚାଳନା ନିୟମକୁ ମାନିବାକୁ ବାଧ୍ୟ । ଏନେଇ ସ୍ୱତନ୍ତ୍ର ନିୟମ ରହିଛି । ହେଲେ ହସପିଟାଲରେ ବର୍ଯ୍ୟବସ୍ତୁ ପରିଚାଳନା ନିୟମ ସଠିକ ଭାବେ ଅନୁପାଳନ ହେଉଛି କି ନାହିଁ, ତାହାର ତଦାରକ କରାଯାଉନଥିବାରୁ ସରକାରୀ ହେଉ ବା ଘରୋଇ ହସପିଟାଲ ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ପରିଚାଳିତ ହେଉଛି । ତେବେ ଧର୍ମଶାଳାରେ ଥିବା ଶ୍ରୀ ଜଗନ୍ନାଥ ମଲ୍ଟି ସ୍ପେଶିଆଲିଟ ହସପିଟାଲ ବିରୁଦ୍ଧରେ ଏଭଳି ଅଭିଯୋଗ ଆସିବା ପରେ ରାଜ୍ୟ ପ୍ରଦୂଷଣ ନିୟମନ୍ତ୍ର ବୋର୍ଡ଼ ଆଞ୍ଚଳିକ କାର୍ଯ୍ୟାଳୟ କଳିଙ୍ଗନଗର ପକ୍ଷରୁ ତଦନ୍ତ କରାଯାଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ହେଲେ ନୋଟିସଜାରୀ କରି ବିଭାଗ ଚୁପ ବସିଯାଇଥିବାରୁ ଅଭିଯୋଗକାରୀ ସବ୍ୟସାଚୀ ସାହୁ ତିବ୍ର ଉଦ୍ବେଗ ପ୍ରକାଶ କରିଛନ୍ତି । ଖବରରୁ ପ୍ରକାଶ ଯେ ଶ୍ରୀ ସାହୁଙ୍କ ଅଭିଯୋଗ ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ଗତ ତା୩୦ା୫ା୨୫ରେ ପତ୍ର ନଂବର-୧୦୩୭୫ ଶ୍ରୀ ଜଗନ୍ନାଥ ମଲ୍ଟି ସ୍ପେଶିଆଲିଟ ହସପିଟାଲକୁ ଏକ କାରଣ ଦର୍ଶାଅ ନୋଟିସ ପ୍ରଦାନ କରାଯାଇଥିଲା । ଦର୍ଶାଯାଇଥିଲା କି ବାୟୋମେଡିକାଲ ବର୍ଯ୍ୟବସ୍ତୁ ପରିଚାଳନା ଆଇନ ୨୦୧୬ ଅଧୀନରେ ଏହି ହସପିଟାଲଟି ଆସୁଛି । ବାୟୋମେଡିକଲା ବର୍ଯ୍ୟବସ୍ତୁ ପରିଚାଳନା ନିୟମ ୨୦୧୬ ଅଧୀନ ପତ୍ର ନଂବର-୧୪୩୭୭ ତା୨୮ା୯ା୨୧ଅନୁସାରେ ଆସନ୍ତା ତା୩୧ା୩ା୨୦୨୬ପର୍ଯ୍ୟନ୍ତ ଏହି ହସ୍ପିଟାଲ ୧୯ଟି ବେଡ ପାଇଁ ଅନୁମତି ପାଇଛି । ହେଲେ ହସପିଟାଲ ଏହି ଅନୁମତିର ନିୟମାବଳୀ ଉଲଂଘନ କରୁଛି । କଳିଙ୍ଗନଗର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଂଚଳିକ ଅଧିକାରୀଙ୍କ ନିକଟରେ ଗତ ତା୮ା୫ା୨୫ରିଖରେଅଭିଯୋଗ ପରେ ଗତ ତା୧୪ା୫ା୨୫ରିଖରେ ବିଭାଗୀୟ ଅଧିକାରୀଙ୍କ ତଦନ୍ତ କରାଯାଇଥିଲା । ତଦନ୍ତରେ ହସପିଟାଲ ତରଫରୁ ବାୟୋମେଡିକାଲ ବର୍ଯ୍ୟବସ୍ତୁ ପରିଚାଳନା ନିୟମକୁ କାର୍ଯ୍ୟକାରୀ କରାନଯିବା ସହ ଗୁରୁତର ଉଲଂଘନ କରାଯାଉ ଥିବାର ଜଣାପଡିଥିଲା । ଏଠାରେ କେତେ ପରିମାଣର ବର୍ଯ୍ୟବସ୍ତୁ ବାହାରୁଛି ଏବଂ ଏହାର କିପରି ପରିଚାଳନା ହେଉଛି, ଏହାର କୌଣସି ସୂଚନା ହସପିଟାଲ ରେକର୍ଡରେ ଉପଲବ୍ଧ ନଥିଲା । ରୋଗୀ ମାନଙ୍କ ନିକଟରୁ ବାହରୁ ଥିବା ପ୍ଲାଷ୍ଟିକ ସିରିଂଜ ପ୍ଲାଷ୍ଟିକ ସାମଗ୍ରୀ, ବ୍ୟବହୃତ ବ୍ୟାଣ୍ଡେଜ ଆଦି ପୃଥକ ପୃଥକ ଭାବେ କଂଟେନରରେ ରଖା ଯାଉନଥିବା ଅସ୍ତ୍ରୋପଚାର କୋଠରୀ, ଲେବର ରୁମ ଆଦିରୁ ନିର୍ଗତ ଦୂଷିତ ଜଳରେ ବ୍ଲିଚିଂ ପକାଯାଇ ବିଶୋଧନ କରା ନଯାଇ ବାହାରକୁ ଛାଡି ଦିଆଯାଉଥିବା ଭଳି ତ୍ରୁଟି ଦେଖିବାକୁ ମିଳିଥିଲା ।

 ସିବିଡବଲୁ୍ୟଟିଡି.ଏଫ ଚୁକ୍ତିନାମା ଅନୁସାରେ ନୋଟିଫିକେସନ ନଂବର-୩୮୨୨ ତା୬ା୨ା୨୦୨୫ରୁ ଉଲଂଘନ କରି ବାଲେଶ୍ୱରର ଏକ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ରକୁ ବର୍ଜ୍ୟବସ୍ତୁ ନଦେଇ ଭୁବନେଶ୍ୱରର ଏକ ସଂସ୍ଥାକୁ ପ୍ରଦାନ କରାଯାଉଥିବା କାରଣରୁ ଏହି ହସପିଟାଲ ବିରୋଧରେ କାହିଁକି କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ୧୫ଦିନ ମଧ୍ୟରେ ଉତ୍ତର ପ୍ରଦାନ କରିବାକୁ କର୍ତ୍ତୃପକ୍ଷ କାରଣ ଦର୍ଶାଅ ନୋଟିସରେ ଦର୍ଶାଯାଇଥିଲା । ହେଲେ କାରଣ ଦର୍ଶାଅର ଏକମାସ ବିତିଥିଲେ ମଧ୍ୟ ଅଦ୍ୟାବଧି ଏଥିନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚୁପ ରହିଛି । ହସପିଟାଲ ତରଫରୁ ସବ୍ୟସାଚୀଙ୍କ ବିରୋଧରେ ବିଭିନ୍ନ ପ୍ରକାର ଚକ୍ରାନ୍ତ କରାଯାଉ ଥିବା ନେଇ ସେ ଅଭିଯୋଗ କରିଛନ୍ତି । ପୂର୍ବରୁ ମଧ୍ୟ ସ୍ୱାସ୍ଥ୍ୟସେବା ପ୍ରଦାନରେ ବ୍ୟାପକ ଦୁର୍ନିତି ଓ ରୋଗୀ ଶୋଷଣ ନେଇ ହୋଇଥିବା ଅଭିଯୋଗ ଆଧାରରେ ତଦନ୍ତ ହୋଇଥିଲା । ହେଲେ ପ୍ରଶାସନିକ ଅଧିକାରୀଙ୍କ ସଲାସୁତରାରେ ଏଥିନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଧର୍ମଶାଳା ଅଞ୍ଚଳରେ ଝାଡାବାନ୍ତି ରୋଗ ଲାଗିରହିଥିବା ବେଳେ ଘରୋଇ ହସପିଟାଲର ଏଭଳି ପରିବେଶ ପ୍ରଦୂଷଣ ଏବଂ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ଅତ୍ୟନ୍ତ ଉଦବେଗ ଜନକ ବୋଲି ଶ୍ରୀ ସାହୁଙ୍କ ସହ ସାଧାରଣରେ ଆଲୋଚନା କରାଯାଇ ଅସନ୍ତୋଷ ପ୍ରକାଶ ପାଉଛି ।