ବ୍ୟାଙ୍କ ଋଣ ଆଦାୟ ଟଙ୍କା ଲୁଟୁଥିବା ଅଭିଯୁକ୍ତ ଗିରଫ

ପିପିଲି, : ପୁରୀ ଜିଲାରେ ଘରୋଇ ଋଣ ଲଗାଣ କାରି ସଂସ୍ଥା ମାନଙ୍କ ମଧ୍ୟରେ ଖେଳି ଯାଉଥିଲା କୋକୁଆ ଭୟ, ଉପଭୋକ୍ତା ମାନଙ୍କ ଠାରୁ ଆଦାୟ କରାଯାଉଥିବା କିସ୍ତି ଟଙ୍କାକୁ ଲୁଟି ନେଉଥିଲେ ଲୁଟେରା । ଏହି ଲୁଟେରା ମାନେ ସମଗ୍ର ପୁରୀ ଜିଲ୍ଲା ସମେତ ଖୋର୍ଦ୍ଧା, ନୟାଗଡ଼, କଟକ ଆଦି ଜିଲ୍ଲାରେ ସେମାନେ କାୟା ବିସ୍ତାର କରିଥିଲେ । ତେବେ ପୁରୀ ଏସ୍ପିଙ୍କ ନିଦେ୍ର୍ଦଶ କ୍ରମେ ପିପିଲି ଓ ସାକ୍ଷୀଗୋପାଳ ପୁଲିସ ଟିମରେ ଏହି ରାକେଟରୁ ଦୁଇ ଜଣଙ୍କୁ ଧରିବାରେ ସଫଳ ହୋଇଛନ୍ତି । ଗୁରୁବାର ପିପିଲି ଏସ୍ଡିପିଓ ଙ୍କ କାର୍ଯ୍ୟାଳୟରେ ପୁରୀ ଜିଲ୍ଲା ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପତି ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ଦେଇଥିବା ତଥ୍ୟ ଅନୁଯାୟୀ ଚଳିତ ମାସ ୧ତାରିଖରେ ବନ୍ଧନ ବ୍ୟାଙ୍କର ବଳଙ୍ଗା ଶାଖା ଗୃପ କଲେକ୍ସନ ଅଫିସର ଶାଶ୍ୱତ ବିନାୟକ ବେହେରା କଲେକ୍ସନ୍ ସାରି ଏକ ସ୍କୁଟି ଯୋଗେ ବଳଙ୍ଗା ଫେରୁଥିବା ବେଳେ ପିପିଲି ନୂଆଶାସନ ପାଖରେ ଏକ ସ୍ପୀଡ଼ ବାଇକରେ ଟିକିନା ଓରଫ ଚତୁର୍ଭୁଜ ବାରିକ ଏକ ଭୁଜାଲି ଦେଖାଇ ଆଦାୟ ହୋଇଥିବା ୭୨ହଜାର ଟଙ୍କା ଏବଂ ଗୋଟିଏ ଟାଲେଟ ଲୁଟି ନେଇଥିଲା । ଏ ସମ୍ପର୍କରେ ଶାଶ୍ୱତ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ । କେସ ନଂ ୧୩୩/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ବ କରିଥିଲେ । ଗଠିତ ପୁଲିସ ଟିମ ଏସ୍ଡିପିଓ ବିରଞ୍ଚି ନାରାୟଣ ପତି ଙ୍କ ନେତୃତ୍ୱରେ ପିପିଲି ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ ଏବଂ ସତ୍ୟବାଦୀ ଥାନା ଅଧିକାରୀ ଉମେଶ ସାହୁ,ଏସ୍ ଆଇ ଡି ଆର ସାହୁ ଏବଂ ପିପିଲି ଥାନାର ମହିଳା ଏସ୍ ଆଇ ମମତା ବିଶ୍ୱାଳ ଏବଂ ପୁରୀ ଜିଲ୍ଲା ସ୍ପେଶାଲ ସ୍କ୍ୱାର୍ଡ ମିଳିତ ସହଯୋଗରେ ଦୁଇ ଜଣ ଅପରାଧୀଙ୍କୁ ଗିରଫ କରିଥିଲେ । ନିମାପଡା ଥାନା ଅଧିନସ୍ତ ସାତପୁରୀ ଗ୍ରାମର ଟିକିନା ଏବଂ ଅସ୍ତରଙ୍ଗ ଆଳସାହି ଗ୍ରାମର ଆଶିଷ ବେହେରା, ଏମାନଙ୍କ ଠାରୁ ନଗଦ ୧ଲକ୍ଷ ୫୫ହଜାର ଟଙ୍କା ଓ ଦୁଇଟି ବାଇକ କୁ ପୋଲିସ ଜବତ କରିଛି ।