ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା

ବାଲେଶ୍ୱର: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୫ ଅନ୍ତର୍ଗତ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ବାଲେଶ୍ୱର ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେସିର୍କେ, ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ, ଡେପୁଟି କଲେକ୍ଟର ରାଇମାତ ଟୁଡୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ୱର୍ଯ୍ୟା ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ବିକାଶ ସୂଚନା ଦେଇ ପ୍ରକାଶିତ ତାଲିକା ଅନୁଯାୟୀ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ । ସୂଚୀ ଅନୁଯାୟୀ ବାଲେଶ୍ୱର ଜିଲ୍ଲାରେ ମୋଟ ୧୯୧୧୫୪୮ ଜଣ ଭୋଟର ଥିବା ବେଳେ ସର୍ବମୋଟ ୧୯୨୭ଟି ପୋଲିଂ ଷ୍ଟେସନ ରହିଛି । ଜଳେଶ୍ୱର ରେ ମୋଟ ୨୫୬୬୦୫, ଭୋଗରାଇରେ ୨୩୫୯୬୭, ବସ୍ତାରେ ୨୪୬୯୧୩, ବାଲେଶ୍ୱର ରେ ୨୩୨୨୬୭,  ରେମୁଣା (ଏସସି)ରେ ୨୩୨୨୯୧, ନୀଳଗିରିରେ ୨୧୮୫୫୦, ସୋର (ଏସସି)ରେ ୨୨୯୪୮୪ ଓ ସିମୁଳିଆରେ ୨୫୯୪୭୧ ଚିହ୍ନିତ ଭୋଟର ଅଛନ୍ତି । ସେହିପରି ଜଳେଶ୍ୱରରେ ମୋଟ ୨୫୫, ଭୋଗରାଇରେ ୨୫୩, ବସ୍ତାରେ ୨୫୭, ବାଲେଶ୍ୱରରେ ୨୧୧, ରେମୁଣା (ଏସସି)ରେ ୨୩୩, ନୀଳଗିରିରେ ୨୨୦, ସୋର (ଏସସି)ରେ ୨୨୭ ଓ ସିମୁଳିଆରେ ୨୭୧ଟି ପୋଲିଂ ଷ୍ଟେସନ ଅଛି । ନୂତନ ଭୋଟରଙ୍କ  ସଂଖ୍ୟା ୪୩୦୪୧ ରହିଥିବା ବେଳେ ତାଲିକାଭୁକ୍ତ ଭିନ୍ନକ୍ଷମଙ୍କ ସଂଖ୍ୟା ୨୮୦୧୫ ରହିଛି ।
ବାରିପଦା/ସାରସକଣା, ୭ା୧: ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଚୂଡାନ୍ତ ଭୋଟର ତାଲିକା ୨୦୨୫  ପ୍ରକାଶପାଇଛି । ଏହି ଅବସରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜନୈତିକ ଦଳ ଗୁଡିକର ପ୍ରତିନିଧିମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ହେମକାନ୍ତ ସୟ, ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ଅତିରିକ୍ତ