ଜଳମଗ୍ନ ମାର୍କେଟ କମ୍ପେକ୍ସ ଓ ପରିବା ମାର୍କେଟ

ାା ପ୍ରଭାନୁ୍ୟଜ ।ା  ନୀଳଗିରି:  ନୀଳଗିରି ବ୍ଲକ ଅନ୍ତର୍ଗତ ସଜନାଗଡ଼ ପଞ୍ଚାୟତ ସଜନାଗଡ଼ ଲକ୍ଷ୍ମୀ ମାର୍କେଟ୍ କଂପ୍ଲେସ୍ ଏବଂ ପରିବା ମାର୍କେଟରେ ବାତ୍ୟା ଦାନାର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ମାର୍କେଟ ବୁଡିଯାଇଥିବା ଦେଖିବାକୁ ମିଳିଛି । ଯାହା ଫଳରେ କି ଅନେକ ଦୋକାନ ଭିତରକୁ ପାଣି ପଶିବା ସହ ଦୋକାନୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଡ୍ରେନ୍ ନ ଥିବାରୁ ବାରମ୍ବାର ଏମିତି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ସ୍ଥାନୀୟ ବାସିନ୍ଦା ଏବଂ ଦୋକାନୀମାନେ ଅଭିଯୋଗ କରିଛନ୍ତି । ଏ ବିଷୟରେ ସ୍ଥାନୀୟ ସରପଞ୍ଚଙ୍କୁ ବାରମ୍ବାର ଅବଗତି କରାଇଲେ ମଧ୍ୟ ସେ ହଁ ବୁଝିବା ବୋଲି କହି ଭୁଲି ଯାଉଛନ୍ତି । ଯାହାକୁ ନେଇ ଲୋକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ତେଣୁ ତୁରନ୍ତ ଡ୍ରେନ୍ର ବ୍ୟବସ୍ଥା ନ କରିଲେ, ଆଗାମୀ ଦିନରେ ଗଣତାନ୍ତ୍ରିକ ପଦ୍ଧତିରେ ଆନେ୍ଦାଳନକୁ ତୀବ୍ରତର କରାଯିବ ବୋଲି ସ୍ଥାନୀୟ ବାସିନ୍ଦା ଏବଂ ଦୋକାନୀମାନେ ଚେତାବନୀ ଦେଇଛନ୍ତି ।