ଗଞ୍ଜେଇ ଜବତ  ଜଣେ ଗିରଫ

 ଆସିକା  : ଆସିକା-ବାଲିସିରା ରୋଡରୁ ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚୋରା ଗଞ୍ଜେଇ ବେପାରୀ ଧରାପଡ଼ିଛି  । ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଗୁଇନ୍ଦା ଓ ସ୍ୱତନ୍ତ୍ର ସ୍କ୍ୱାର୍ଡ ଏକ ସ୍କପିଓ ଗାଡ଼ିରେ ୧୧୦ କେଜି ଓଜନର ଗଞ୍ଜେଇ ଧରି କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ନୟାଗଡ଼ ଜିଲ୍ଲାକୁ ଚୋରାରେ ନେଉଥିବା ବେଳେ ବାଲିସିରା ଠାରେ କାବୁ କରିବାକୁ ସଫଳ ହୋଇଥିଲେ  । ଏହି ସ୍କପିଓ ଗାଡିରୁ ୧୧୦ କେଜି ଓଜନର ଗଞ୍ଜେଇ, ବାହାରିଥିଲା  । ନୟାଗଡ ଜିଲ୍ଲା ଶରଣକୁଳ ଅଞ୍ଚଳର ପ୍ରହଲ୍ଲାଦ ମାଝୀ ନାମକ ଯୁବକ ଏହି ଗାଡିରେ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା କୁହାଯାଇଛି  । ତାଙ୍କଠାରୁ ଏକ ମୋବାଇଲ ଫୋନକୁ ମଧ୍ୟ ଜବତ କରାଯାଇଛି  । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି  । ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ମୁଖ୍ୟ ଡମ୍ବୁରୁଧର ଖଣ୍ଡଙ୍କ ନିଦେ୍ର୍ଦଶରେ ଡେପୁଟି ସୁପେରଟେଣ୍ଡ ଶ୍ରୁତିକାନ୍ତ ରାଉତଙ୍କ ନେତୃତ୍ୱରେ ଅନିଲ କୁମାର ନାୟକ, ସୁଶାନ୍ତ ମାହାଙ୍କୁଡ, ବଳରାମ ଜେନା, ପ୍ରବୀର ସାସମଲ, ଲଡ଼ୁ ପାତ୍ର, ସରୋଜ ସ୍ୱାଇଁ, କୁମୁଦ ପ୍ରଧାନ, କପିଳାସ ଭତ୍ତା, ସନ୍ତୋଷ ନାୟକ, ଭଗବାନ ହେମ୍ରମ, ବଳରାମ ସ୍ୱାଇଁ, ସନ୍ତୋଷ ବେହେରା, ବିଶ୍ୱନାଥ ପେଣ୍ଠଇ ପ୍ରମୁଖ ଉପସ୍ଥିତ ଥିଲେ  ।