ଅବସରପ୍ରାପ୍ତ ବିଚାର ବିଭାଗୀୟ କର୍ମଚାରୀ ସଂଘର ସାଧାରଣ ବୈଠକ
କଟକ : ଅବସରପ୍ରାପ୍ତ ବିଚାର ବିଭାଗୀୟ କର୍ମଚାରୀ ସଂଘର ସାଧାରଣ ବୈଠକ କଟକ ବାର ଆସୋସିଏସନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସଂଘର ସଭାପତି ଶଶାଙ୍କ ଶେଖର ସିଂହ ସଭାପତିତ୍ୱ କରିଥିଲେ । ବାରର ସଭାପତି ସଂପାଦକ କୋଷାଧ୍ୟକ୍ଷ ବୈଠକରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅଚଳାଚନ୍ଦ୍ର ପ୍ରଧାନ, କବିଚନ୍ଦ୍ର ମହାନ୍ତି ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ସଭାରେ ଉପସ୍ଥିତ ଥିଲେ । ସଂଘର ସଂପାଦକ ସୁରେନ୍ଦ୍ର ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ । କୋଷାଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପ୍ରଧାନ ସଂଘର ଆୟବ୍ୟୟ ବିବରଣୀ ପ୍ରଦାନ କରିଥିଲେ । ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିନିଧିମାନେ ବୈଠକରେ ସେମାନଙ୍କର ମତାମତ ଉପସ୍ଥାପନ କରିଥିଲେ । ସଂଘର ସଭାପତି ଶ୍ରୀ ସିଂହ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରଂଜନ ମହାନ୍ତି, ମିହିର ମହାପାତ୍ର, ପଦ୍ମଲୋଚନ ବାରିକ, ଉମେଶ ଚନ୍ଦ୍ର ଦଳାଇ, ପ୍ରଦୁ୍ୟମ୍ନ ସେଠୀ ପ୍ରମୁଖ ମଂଚ ପରିଚାଳନାରେ ସହାୟତା କରିଥିଲେ । ରବି ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଗୋଲଖ ଚନ୍ଦ୍ର ଦାସ, ମିର ଆଶିଖ ଓ ଅନ୍ୟ ଅବସରପ୍ରାପ୍ତ କର୍ମଚାରୀମାନେ ବୈଠକରେ ଉପସ୍ଥିତ ଥିଲେ ।