ବିଜେପିର ମିଶ୍ରଣ ପର୍ବ
ସୁକିନ୍ଦା : ରବିବାର ସୁକିନ୍ଦା ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମିଶ୍ରପର୍ବରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଉପସ୍ଥିତ ରହି ଅନ୍ୟଦଳରୁ ଆସିଥିବା କର୍ମୀଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳରେ ସାମିଲ କରିଥିଲେ । ବିଜେପିରେ ଦାନଗଦୀ ବ୍ଲକ ଖପୁରୀଆପଦା ପଞ୍ଚାୟତର ଶତାଧିକ ଅନ୍ୟଦଳର କର୍ମୀ ସାମିଲ ହୋଇଥିଲେ ।