ଚୋରି ବାଇକ ଉଦ୍ଧାର, ୪ ଗିରଫ
ଜୟପୁର : କୋରାପୁଟ ପୁଲିସ ଦ୍ୱାରା ଉଦ୍ଧାର ହୋଇଛି ୨୨ ଗୋଟି ଚୋରୀ ବାଇକ ଏବଂ ସ୍କୁଟି । କୋରାପୁଟ ଆରୋକ୍ଷୀ ଅଧିକ୍ଷକ ରୋହିତ ବର୍ମା ଉପଖଣ୍ଡ ପୋଲିସ ଅଧିକାରୀ ପାର୍ଥ ଜଗଦୀଶ କାଶ୍ୟପ, ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ, କୁନ୍ଦୁରା ଥାନା ଅଧିକାରୀ ଅଶ୍ୱିନୀ କୁମାର ପଟ୍ଟନାୟକ, ଏସଆଇ ମନିଷା ସାହୁ ଏବଂ ସିଦ୍ଧାନ୍ତ ବେହେରାଙ୍କ ଉପସ୍ଥିତିରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଏହି ବାଇକ ଗୁଡିକୁ ଅନିଲ ହରିଜନ ଗ୍ରାମ ଦୁବୁଲି, ନରେଶ ଦୁଆରୁ ଗ୍ରାମ ନୀଳାଗୁଡା, ଲକ୍ଷ୍ମଣ ହରିଜନ ଗ୍ରାମ ମଇଦଲପୂର, ଭୀମ ଖିଲ ଗ୍ରାମ ଚିତ୍ରକୋଣ୍ଡା ୪ ଜଣ ଚୋରୀ କରିଥିବା ସୂଚନା ଦେଇଥିଲେ ଏବଂ ଚୋର ମାନଙ୍କୁ କୋର୍ଟରେ ହାଜର ପରେ ଅଧିକା ତଦନ୍ତ ନିମନ୍ତେ ରିମାଣ୍ଡରେ ଆଣିବାକୁ ଯୋଜନା କରିଥିବା କହୀଛନ୍ତି । ଉଦ୍ଧାର ହୋଇଥିବା ୨୨ଟି ବାଇକ ଏବଂ ସ୍କୁଟି ଏବଂ ଆଗରୁ ଉଦ୍ଧାର ହୋଇଥିବା ୯ଟି ବାଇକ ଗୁଡ଼ିକୁ ପ୍ରକୃତ ମାଲିକ ମାନଙ୍କୁ ହସ୍ତାନ୍ତର କରାଯାଇଥିଲା । ଗାଡ଼ି ମାଲିକ ପୁଲିସର ଏହି ପଦକ୍ଷେପକୁ ଧନ୍ୟବାଦ ଦେଇଥିଲେ ।