ଟେମ୍ପୁରୁ ୧୮ କେଜି ଗଞ୍ଜେଇ ଜବତ, ଚାଳକ ଗିରଫ

ଭଦ୍ରକ  : ଭଦ୍ରକ ଟାଉନ ବାଇପାସରୁ ଗତକାଲି ରାତିରେ ଗଂଜେଇ ଜବତ କରିଛି ଟାଉନ ପୁଲିସ  ।  ଭଦ୍ରକ ପୁରୁଣା ବଜାର ଅଂଚଳରୁ ଟ୍ରେନ ଯୋଗେ ଗଂଜେଇ ଚାଲାଣ ହେଉଥିବା ଜଣାପଡିଛି । ଗତ ରାତିରେ ସିଟି ଡ଼ିଏସପି ସମ୍ବିତ ମାଝୀ, ଟାଉନ ଥାନା ଷ୍ଟାଫ ରାତି ପ୍ରାୟ ଦଶଟାରେ ବାଇପାସ ଛକରେ ଏକ ଟେମ୍ପୁକୁ ଅଟକାଇଥିଲେ  ।ଏହି ସମୟରେ ପୁରୁଣାବଜାର କାଜିସାହିରୁ ଆଣିଥିବା ବେପାରୀ ଏସକେମୁରାଦ ଟେମ୍ପୁ ଡେଇଁ ପଳେଇ ଥିବା ବେଳେ ଟେମ୍ପୁ ଚାଳକ କାଜିସାହିର ଗୁଲାମ ସବୀର ଖାଁ କୁ ମାଡି ବସିଥିଲା ପୁଲିସ  । ଟେମ୍ପୁ ଯାଞ୍ଚ ସମୟରେ ସେଥିରେ ଥିବା ବ୍ୟାଗ କାଟିବାରୁ ସେଥିରୁ ୧୮ କେଜି ତିନିଶ ଚଉରାଶି ଗ୍ରାମ ଗଂଜେଇ ଜବତ ହୋଇଥିଲା  । ଏ ନେଇ ଟାଉନ ଥାନା ରେ ୨୫୫ ନଂ ମାମଲା ରୁଜୁ କରାଯାଇ ଟେମ୍ପୁ (ଆର୨୨ଇ୩୫୯୩) ସିଜ କରାଯାଇଥିଲା   । ଏଥିସହ ଟେମ୍ପୁ ଚାଳକ ସବୀରକୁ କୋର୍ଟ ଚଲାଣ କରାଯାଇଛି  । ପୁରୁଣା ବଜାର କାଜିସାହିରୁ ଗଂଜେଇ ରେଳ ଷ୍ଟେସନକୁ ନେଆଯାଉଥିଲା ଏବଂ ସେଠାରୁ  ଟ୍ରେନରେ ଚାଲାଣ ହୋଇଥାନ୍ତା ବୋଲି ଚାଳକ ପୁଲିସକୁ କହିଥିବା ସୂଚନା ମିଳିଛି  ।