ବଧୂ ହତ୍ୟାକାରୀଙ୍କୁ ଗିରଫ ଦାବି

 କେନ୍ଦ୍ରାପଡା : ମାତ୍ର ୩ ମାସ ତଳେ ବିବାହ କରିଥିବା ଝିଅର ଆତ୍ମହତ୍ୟାକୁ ସନେ୍ଦହ କରି ପରିବାର ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି । ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଅଭିଯୋଗ କରି ଝିଅର ବାପଘର ପରିବାର ତୁରନ୍ତ ଶାଶୁଘର ଅଭିଯୁକ୍ତ ମାନଙ୍କୁ ଗିରଫ କରି ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଧାରଣା ଦେବା ସହ ଏକ ଲିଖିତ ଅଭିଯୋଗ କରିଛନ୍ତି । ପାଟକୁରା ଥାନା ଅଧୀନ ନୂଆପଡା ଗ୍ରାମର କେଶବ ଦାସଙ୍କ ଝିଅ ବାସନ୍ତି ପଟ୍ଟାମୁଣ୍ଡାଇ ଥାନା ମାଟିଆ ଗ୍ରାମର ଲିପୁନ ମଲିକଙ୍କୁ ତିନି ମାସ ତଳେ ବିବାହ କରିଥିଲେ । ତେବେ ଏପ୍ରିଲ ୨୬ ତାରିଖରେ ଶାଶୁଘର ଲୋକେ ପିଟିପିଟି ଝିଅକୁ ମାରି ଦେଇଥିବା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକାରୀ କେଶବ ଦାସ ଥାନା ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ପରିବାର ଲୋକଙ୍କ ସହ ଜିଲ୍ଲା କାର୍ଯ୍ୟାଳୟ ଆଗରେ ଧାରଣା ଦେଇ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବି କରିଛନ୍ତି ।