ସ୍ତ୍ରୀ ହତ୍ୟାକାରୀକୁ କୋର୍ଟ ଚାଲାଣ
ବ୍ୟାସନଗର : ସ୍ତ୍ରୀକୁ ଆକ୍ରମଣ ହତ୍ୟା କରିଥିବା ଅଭିଯୁକ୍ତ ସ୍ୱାମୀକୁ ଯାଜପୁର ରୋଡ଼ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟ ଚାଲାଣ ଅଭିଯୁକ୍ତ ସ୍ୱାମୀ ପୈାରାଞ୍ଚଳ ଚୋରଦା ଡ଼ିଗିସାହିର ଆଦିକନ୍ଦ ମଲିକ(୫୦) ହୋଇଥିବା ବେଳେ ସେ ସ୍ତ୍ରୀ ପଦ୍ମିନୀକୁ ମାଡ଼ମାରି ଗୁୁରୁତର କରିବା ପରେ ଏକ ପେଚକେସରେ ଛାତିକୁ ଭୁଷି ଦେଇଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ପଦ୍ମିନୀଙ୍କୁ ଯାଜପୁର ରୋଡ଼ ମେଡ଼ିକାଲରେ ଭର୍ତି କରିଥିଲେ ହେଁ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ପୁଲିସ ସୂଚନା ମତେ ଗଲା ମାସ୨୮ ତାରିଖ ଘରୋଇ କଳିକୁ ନେଇ ପଦ୍ମିନୀକୁ ଆଦିକନ୍ଦ ମାଡ଼ ମାରି ଗୁୁରୁତର କରିଥିଲେ । ପରେ ଉତକ୍ଷିପ୍ତ ଆଦିକନ୍ଦ ଘରେ ଥିବା ଲୁହା ପେଚକେସରେ ଛାତିକୁ ଭୁଷି ଦେଇଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମେଡ଼ିକାଲରେ ପହଁଚିଥିଲେ ହେଁ ସେତେ ବେଳକୁ ତାଙ୍କ ମୃତୁ୍ୟ ଘଟିଥିଲା । ଏନେଇ ପଦ୍ମିନୀଙ୍କ ମାଆ ରୁକ୍ମଣୀଙ୍କ ଅଭିଯୋଗ କ୍ରମେ ପୁଲିସ ୩୬୭/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଆଜି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।