ନୂତନ ପଞ୍ଚାୟତ ଗୃହର ଭୂମିପୂଜା

 ବାଲିଅନ୍ତା : ଭୁବନେଶ୍ୱର ବ୍ଲକ୍ ଅଧନ ଲିଙ୍ଗିପୁର ପଞ୍ଚାୟତ କାର୍ଯ୍ୟାଳୟର ନୂତନଗୃହର ଭୂମୀପୂଜା ହୋଇଯାଇଛି । ଦୟାନଦୀ ବନ୍ଧର ଦକ୍ଷୀଣ ପାର୍ଶ୍ୱରେ ନିର୍ମାଣ ହେବାକୁ ଥିବା ଏହି ନୂତନଗୃହର ଭୂମୀପୂଜା କାର୍ଯ୍ୟକ୍ରମରେ ସରପଞ୍ଚ କ୍ଷୀରୋଦ ପ୍ରଧାନ ମୁଖ୍ୟକ ଭାବେ ଯୋଗଦେଇଥିଲେ । ଏଥିରେ ମୁଖ୍ୟଅତିଥି ବ୍ଲକ୍ ଅଧ୍ୟକ୍ଷା ନିରୁପମା ସାହୁ, ସମ୍ମାନୀତଅତିଥି ଧଉଳି ସରପଞ୍ଚ ଚନ୍ଦନ ମଲ୍ଲୀକ, ବିଜେପି ମଣ୍ଡଳ ସଭାପତି ସୂର୍ଯ୍ୟକାନ୍ତ ସାହୁ, ଅରୁଣ ପୁରୋହିତ, ଲିଙ୍ଗିପୁର ପଞ୍ଚା ସମିତିସଭ୍ୟ ପ୍ରକାଶ ସାହୁ, ନାଏବ  ସରପଞ୍ଚ ସବିତା ବେହେରା, ସମେତ ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରୀୟବ୍ର ସାମନ୍ତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପଞ୍ଚାୟତରାଜ ବିଭାଗ ପକ୍ଷରୁ ପଞ୍ଚାୟତର ଏହି ନୂତନ ଗୃହନିର୍ମାଣ ପାଇଁ ମୋଟ ୩୫ ଲକ୍ଷ ବ୍ୟୟ ଅଟକଳ କରାଯାଇଛି ।  ଶିଶୁପାଳଗଡ ପଞ୍ଚାୟତ ରାଜୀବ ଭବନରେ କାର୍ଯ୍ୟାଳୟ ଚାଲିଥିଲା । ବର୍ତ୍ତମାନ ଦୀର୍ଘ ୮ ବର୍ଷ ପରେ ପଞ୍ଚାତର ନୂତନଗୃହ ନିର୍ମାଣ ହୋଇଥିବାରୁ ପଞ୍ଚାୟତ ବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି ।