ସଂଘବଦ୍ଧ ଆକ୍ରମଣ ଘଟଣାରେ ଜଣେ ଗିରଫ
ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ସିକିରି ଗ୍ରାମ ନିକଟରେ ଜଣେ ଯୁବକଙ୍କୁ, ୩ ଜଣ ଯୁବକ ଜୋରଜବରଦସ୍ତ ଅଟୋରୁ ଓହ୍ଲାଇ ଛୁରୀରେ ସଂଘବଧ ଆକ୍ରମଣ କରିଥିଲେ । ଆହତ ଯୁବକ ଜଣଙ୍କ ଭଞ୍ଜନଗର ଥାନା ଗୁମ୍ଭାରୀଗୁଛା ଗ୍ରାମର ରବି ପ୍ରଧାନ । ଘଟଣା ନେଇ ଆହତଙ୍କ ଭିଣୋଇ ବୌଦ୍ଧ ଥାନା ଗମ୍ଭାରୀପଦର ଗ୍ରାମର ଶଙ୍କର ମହାଙ୍କୁଡ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଥାନାରେ କେସ ନମ୍ବର - ୩୯୯/୨୫ ରେ ଏକ ମାମଲା ରୁଜୁ କରି ଆକ୍ରମଣକାରୀ ଯୁବକଙ୍କୁ ଗିରଫ କରିଥିବା ବେଳେ ୨ଜଣ ସହଯୋଗୀ ଫେରାର ହୋଇଯାଇଥିଲେ । ଗିରଫ ଯୁବକ ଜଣଙ୍କ ହେଲେ ରାଉରକେଲା ଗ୍ରାମର ସୁରଜ ଆପଟ । ଗିରଫ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି ।