ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ
ବୁଗୁଡ଼ା : ବୁଗୁଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରାଥମିକତା ଭିତ୍ତରେ ବିଧବା, ଅବିବାହିତା ମହିଳା ଓ ବୟସ୍କମାନଙ୍କୁ ଭତ୍ତା ସହ ଭିନ୍ନକ୍ଷମଙ୍କୁ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକଲ ବଣ୍ଟନ କରାଯାଇଛି । ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଏ ନେଇ ଆୟୋଜିତ ଏକ ଉତ୍ସବରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ଗୋକୁଳା ନନ୍ଦ ମଳିକ ଯୋଗ ଦେଇ ୨୫୦ ଜଣକୁ ଭତ୍ତା ଓ ୬ ଜଣକୁ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକଲ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ଓଏସଡି ପ୍ରତାପ ଚନ୍ଦ୍ର ପ୍ରଧାନ, ଭାରପ୍ରାପ୍ତ ବିଡ଼ିଓ ଧର୍ମରାଜ ପରିଡା, ଉପାଧ୍ୟକ୍ଷ ମାନସ ପ୍ରଧାନଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଦସ୍ୟ, ବ୍ଲକ କର୍ମଚାରୀ ଓ ହିତାଧିକାରୀ ଉପସ୍ଥିତ ଥିଲେ ।