ମଦ୍ୟପ ଯୁବକ ଆକ୍ରମଣରେ କନଷ୍ଟେବଳ ଗୁରୁତର; ଦୁଇ ଗିରଫ
ବ୍ୟାସନଗର : ଶନିବାର ଅପରାହ୍ନରେ ଯାଜପୁର ରୋଡ଼ ଥାନା ଅଧିନରେ କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କୁ ଆକ୍ରମଣ କରି ଗୁରୁତର କରିଛନ୍ତି ଦୁଇ ମଦ୍ୟପ ଯୁବକ । ଆକ୍ରମଣ କରିଥିବା ଦୁଇ ଯୁବକଙ୍କୁ ପୁଲିସ ଗିରଫ କରିବାକୁ ସକ୍ଷମ ହୋଇଛି । ଖବର ମତେ ଆଜି ଦିବା ପ୍ରାୟ ୪ଘଟିକା ସମୟରେ କନେଷ୍ଟବଳ ସୁବାସ ବେହେରା(୩୫) ବ୍ୟାସନଗର ପୈାରାଞ୍ଚଳ ଚୋରଦା ବାଇପାସ୍ ଛକ ନିକଟରେ ଟ୍ରାଫିକ ଡ଼ିୟୁଟି କରୁଥିବା ବେଳେ ୨ଜଣ ମଦ୍ୟପ ଯୁବକ ତାଙ୍କ ନିକଟରେ ପହଁଚି ତାଙ୍କ ସ୍କୁଟି ମିରରକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ମୋ’ ସ୍କୁଟି ମିରର କାହିଁକି ଭାଙ୍ଗୁଛ ବୋଲି କନେଷ୍ଟବଳ ସୁବାସ ପଚାରିବାରୁ ଯୁବକ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ସୁବାସ ଏହାର ପ୍ରତିବାଦ କରିବାକୁ ଯୁବକଦ୍ୱୟ ହଠାତ ତାଙ୍କ କଲର ଧରି ଆକ୍ରମଣ କରିଥିଲେ । ସୁବାସକୁ ବିଧା ଗୋଇଠା ମାରିବା ସହ ପିନ୍ଧିଥିବା ପୋଷାକକୁ ଚିରି ପିନ୍ଧିଥିବା ସୁନା ଚେନକୁ ଟାଣି ଛିଡ଼ାଇ ଦେଇଥିଲେ । ଶହଶହ ଲୋକ ଦେଖଣାହାରି ସାଜିଥିଲେ ହେଁ କେହି କନେଷ୍ଟବଳ ସୁବାସଙ୍କୁ ଉଦ୍ଧାର କରିବାକୁ ଆଗେଇ ଆସିନଥିଲେ । କୈାଣସି ସୂତ୍ରରୁ ଖବର ପାଇବା ପରେ ଡ଼ିଏସପି ଉପେନ୍ଦ୍ର ନାଥ ପ୍ରଧାନ, ଥାନା ଅଧିକାରୀ ଆଶିଷ କୁମାର ସାହୁ ସଦଳବଳେ ଘଟଣା ସ୍ଥଳରେ ପହଁଚି ଯୁବକଙ୍କ କବଳରୁ ସୁବାସକୁ ଉଦ୍ଧାର କରିବାକୁ ସହ ସେମାନଙ୍କୁ କାବୁ କରିଥିଲେ । ଆକ୍ରମଣରେ ଗୁରୁତର ସୁବାସଙ୍କୁ ଚିିକିସôା ନିମନ୍ତେ ଯାଜପୁର ରୋଡ଼ ମେଡ଼ିକାଲରେ ଭର୍ତି କରାଯାଇଥିଲା । ଆକ୍ରମଣରେ ସୁବାସଙ୍କ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ଅନ୍ୟାନ୍ୟ ସ୍ଥାନରେ କ୍ଷତ ହୋଇଛି । ସୁବାସଙ୍କ ଏତଲା କ୍ରମେ ଥାନାରେ ୨୮୭/୨୫ରେ ଏକ ମାମଲା ରୁଜୁ ହୋଇଛି । ପୁଲିସ ଗିରଫ କରିଥିବା ଯୁବକ ପାଣିକୋଇଲି ଥାନା ଜହ୍ନା ଗ୍ରାମର ପ୍ରଦୀପ୍ତ ବିଶ୍ୱାଳଙ୍କ ପୁଅ ବିକ୍ରମା (୨୮) ଓ ଯାଜପୁର ରୋଡ଼ ଥାନା ତଥା ରସୁଲୁପର ବ୍ଲକ ଲକ୍ଷ୍ମୀନଗର ଗ୍ରାମର ପ୍ରମୋଦ କୁମାର ବିଶ୍ୱାଳଙ୍କ ପୁଅ ପ୍ରଦୀପ୍ତ(୨୮)ହୋଇଥିବା ବେଳେ ଆସନ୍ତାକାଲି ଏମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଡ଼ିଏସପି ପ୍ରକାଶ କରିଛନ୍ତି ।