କୁଆଖିଆରେ ବିଜେଡିର କର୍ମୀ ସମାବେଶ , ବିଧାୟକ-ଲୋକସଭା ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କଲେ ବବି
କୁଆଖିଆ: ସୋମବାର ଅପରାହ୍ନରେ ରସୁଲପୁର ବ୍ଲକର କୁଆଖିଆ ବଜାର ଠାରେ ୨୮ଟି ପଞ୍ଚାୟତର କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସମାବେଶରେ କୋରେଇ, ବରୀ ଓ ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ ପଞ୍ଚାୟତ ମହିଳା ଓ ପୁରୁଷ କର୍ମୀ ଯୋଗଦେଇଥିଲେ । ରସୁଲପୁର ବ୍ଲକ ଅଧ୍ୟକ୍ଷ ଅରୁଣ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାବେଶରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, କୋରେଇ ବିଧାୟିକା ପ୍ରାର୍ଥିନୀ ସନ୍ଧ୍ୟାରାଣୀ ଦାସ, ବରୀ ବିଧାୟକ ପ୍ରାର୍ଥୀ ବିଶ୍ୱଜିତ୍ ମଲ୍ଲିକ, ଧର୍ମଶାଳା ବିଧାୟକ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ, ଲୋକସଭା ଶର୍ମିଷ୍ଠା ସେଠୀ ଯୋଗଦେଇ ରାଜ୍ୟର ବିକାଶକୁ ଆଗେଇ ନେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାନକୁ ରକ୍ଷା କରିବାକୁ ନିବେଦନ କରିବା ସହିତ ଯାଜପୁର ଜିଲାର ମାଆ ସନ୍ଧ୍ୟାରାଣୀ ଦାସଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଆହ୍ୱାନ ଦେଇଥିଲେ । ଏଥିସହିତ ବରୀ, ଧର୍ମଶାଳାର ପ୍ରାର୍ଥୀଙ୍କୁ ଜିତାଇ ୩ ଗୋଟି ନିର୍ବାଚନ ମଣ୍ଡଳୀର କେନ୍ଦ୍ରବିନ୍ଦୁ ରସୁଲପୁର ବ୍ଲକକୁ ଜିଲା ରାଜନୀତିର ପ୍ରୟୋଗଶାଳା କରିବାକୁ ନେତାମାନେ ଆହ୍ୱାନ ଦେଇଥିଲେ । ସମାବେଶରେ ୨୮ଟି ପଞ୍ଚାୟତର ମହିଳା ଓ ପୁରୁଷ କର୍ମୀ ଯୋଗ ଦେଇଥିଲେ । ବର୍ଷା ଯୋଗୁଁ ବିଳମ୍ବରେ ପ୍ରାର୍ଥିନୀ ପହଞ୍ଚି ନିଜର ଭାଷଣ ମାଧ୍ୟମରେ ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ଭୋଟଦେଇ ଜିତାଇବାକୁ କର୍ମୀମାନଙ୍କୁ ସମ୍ବୋଧନ କରିଥିବା ବେଳେ ରାଜ୍ୟ ସାଂଗଠନିକ ସମ୍ପାଦକ ଶ୍ରୀଯୁକ୍ତ ଦାସ ନିଜ ନିର୍ବାଚନମଣ୍ଡଳୀ ପାଇଁ ବ୍ୟସ୍ତଥିବାରୁ ସଭାରେ ପହଞ୍ଚି ସମାବେଶରେ ବର୍ଷା ଜନୀତ ସମସ୍ୟାକୁ ନେଇ ଇନ୍ଦ୍ର ଦେବତାଙ୍କ ଆଶୀର୍ବାଦ ଅଛି ଏବଂ ପୁନର୍ବାର ଏଠାରେ ଏକ ବିଶାଳ ସମାବେଶ ହେବା ପାଇଁ କର୍ମୀ ମାନଙ୍କୁ ଦମ୍ଭପଣ ଦେଇ ଜିଲା ରାଜନୀତିର କେନ୍ଦ୍ର ସ୍ଥଳ ରସୁଲପୁର ବ୍ଲକକୁ ମୁଖ୍ୟ ପ୍ରୟୋଗଶାଳା କରିବା ସହିତ ଏକାଠି ମିଳିମିଶି କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ । ସମାବେଶରେ ରାଜ୍ୟ ବିଜେଡି ସମ୍ପାଦକ ସୁରେନ୍ଦ୍ର କୁମାର ପଣ୍ଡା, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ୩୩ ନଂ ଜିଲା ପରିଷଦ ସଭ୍ୟ ଶିଶିର କୁମାର ମହାନ୍ତି, ଚନ୍ଦ୍ରଶେଖର ନାୟକ ପ୍ରମୁଖ ବହୁ ବିଜେଡି ନେତା ଉପସ୍ଥିତ ଥିଲେ ।