ପୁରୁଷୋତ୍ତମପୁରରେ ବାସନ୍ତୀ ଦୁର୍ଗାପୂଜା
ଯାଜପୁର ସଦର: ଯାଜପୁର ବ୍ଳକ ମହେଶ୍ୱରପୁର ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମରେ ୭୨ ତମ ବାସନ୍ତୀ ଦୁର୍ଗା ପୂଜା ବିଧି ଅନୁଯାୟୀ ଆରମ୍ଭ ହୋଇଛି । ମଙ୍ଗଳବାର ପ୍ରତ୍ୟୁଷରୁ ଦେବୀ ଦୁର୍ଗାଙ୍କର ନିତିକକ୍ଷନ୍ତି ପରେ ସକାଳ ୭ଟାରୁ ମହାଅଷ୍ଟମୀ ପୂଜା ଆରମ୍ଭ ହୋଇ ୪ଟାରେ ସନ୍ଧି ପୂଜା ଓ ୪ଟା ୩୯ ମିନିଟ୍ ସମୟରେ ସନ୍ଧିବଳି ନୀତି ସମ୍ପନ୍ନ ହୋଇଛି । ବୁଧବାର ନବମୀ ପୂଜା ସକାଳ ଆଠଟାରୁ ଆରମ୍ଭହୋଇ ଦିନ ୧ଟା ସମୟରେ ବଳି ଦିଆଯାଇଥିଲା । ଗୁରୁବାର ଦଶହରା ପୂଜା ପରେ ପୂର୍ଣ୍ଣାହୂତି ପ୍ରଦାନ କରାଯିବ ଓ ସିନ୍ଦୂର ଖେଳ କାର୍ଯ୍ୟକ୍ରମ ରହିଛି । ମୁଖ୍ୟ ପୂଜକ ଭାବେ ବିରଞ୍ଚି ନାରାୟଣ ପାଢ଼ୀ, ପଣ୍ଡିତ ସଚ୍ଚିକାନ୍ତ ଷଡ଼ଙ୍ଗୀ, ରମଣୀ ମହାପାତ୍ର, ଯଜ୍ଞଦତ ରଥ, ଦେବେନ୍ଦ୍ର ରଥ, ସହଯୋଗୀ ବାସୁଦେବ ବାରିକ,କର୍ତା ଭାବେ ଦିଲ୍ଲୀପ କୁମାର ତରାଇ ଓ କର୍ତ୍ତି ଭାବେ ମଞ୍ଜୁଲତା ତରାଇ ପୂଜା କାର୍ଯ୍ୟ ସମ୍ପାଦିତ କରୁଛନ୍ତି । ୧୯ତାରିଖ ଭଷାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ପୂଜା କମିଟିର ସଭାପତି ଶ୍ରୀଧର କବିଙ୍କ ଠାରୁ ପ୍ରକାଶ ।