ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡ଼ିଶା ଛତୁ ଉତ୍ପାଦନକାରୀ ମହାସଂଘ


ାା ପ୍ରଭାନୁ୍ୟଜ ।ା ପାଣିକୋଇଲି : ଓଡ଼ିଶା ଛତୁ ଉତ୍ପାଦନକାରୀ ମହାସଂଘ ରାଜ୍ୟ ସଭାପତି ପ୍ରଫେସର ଅଦ୍ୱୈତ କୁମାର ପାତ୍ର ଓ  ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ୧୯ ଜଣିଆ ଦଳ ପ୍ରତିନିଧି ଦଳ ମହାମହିମ ରାଷ୍ଟ୍ରପତି ଦୌପଦି ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି । ଓଡ଼ିଶାରେ ଛତୁ ଚାଷକୁ ବ୍ୟାପକ କରିବା ସହିତ ପାଞ୍ଚ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମହାସଂଘ ପକ୍ଷରୁ ପ୍ରଦାନ କରାଯାଇଛି । ଯାଜପୁର ଜିଲ୍ଲାର ମହିଳା ଛତୁ ଉଦ୍ୟୋଗୀ ଅନିତା ରାଣୀ ନନ୍ଦୀ ଓ ତାଙ୍କ ସ୍ୱାମୀ ନିତ୍ୟାନନ୍ଦ ଦାସ ତାଙ୍କୁ କିଭଳି ଭାବେ ଚୀନ୍ ଆଉ ଥାଇଲାଣ୍ଡରେ ଉତ୍ତମମାନର ଛତୁ ଚାଷ ଓ ବିହନ ଉତ୍ପାଦନର ତାଲିମ ଦିଆଯିବା ସେ ବିଷୟରେ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଥିଲେ । ଗୁରୁବାର ସୋଲାନ ବିଶ୍ୱବିଦ୍ୟାଳୟ ଛତୁ ଗବେଷଣା କେନ୍ଦ୍ର ଠାରେ ଜାତୀୟ ଛତୁ ମେଳାରେ ଯୋଗ ଦେଇ ନିଜର ମନ୍ତବ୍ୟ ଉପସ୍ଥାପନ କରିବେ ।