ଘରେ ପଶି ଲୁଟ୍, ୯ ଗିରଫ
ଜୟପୁର : ଜୟପୁର ଟାଉନ ପୁଲିସ ପଞ୍ଝାରେ ୯ ଜଣିଆ ଚୋର ଗ୍ୟାଙ୍ଗ୍ । ଟାଉନ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜୟପୁର ସହରର ୨ ଟି ସ୍ଥାନରେ ଚୋରି ହୋଇଥିବା ମାମଲାର ପର୍ଦ୍ଦାଫାଶ କରିଛନ୍ତି ଜୟପୁର ଏସଡିପିଓ ପାର୍ଥ ଜଗଦୀଶ କାଶ୍ୟପ । ସୂଚନାଯୋଗ୍ୟ ଯେ ଅଭିଯୋଗକାରୀ ଚିକିସôା ପାଇଁ ବ୍ରହ୍ମପୁର ଯାଇଥିବା ବେଳେ ଘରେ ପଶି ଦୁର୍ବୃତ୍ତ ମାନେ କଳା କନା ବୁଲାଇଥିଲେ । ଘର ମାଲିକ ବ୍ରହ୍ମପୁରରୁ ଫେରିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇ ଥାନାରେ ଅଭିଯୋଗ କରିଥିଲେ । ସେହିପରି ଜୟପୁର ସ୍ଥିତ ସ୍ଥାନୀୟ ଇରିଗେସନ୍ କୋଲନୀର ବାସିନ୍ଦା ପ୍ରପର୍ଣ୍ଣି ପାଣିଗ୍ରାହୀଙ୍କ ଘରେ ତାଙ୍କ ଅନୁପସ୍ଥିତରେ ଅପରାଧୀମାନେ ଘରର ତାଲା ଭାଙ୍ଗି ନାନା ସାମଗ୍ରୀ ଲୁଟ୍ କରିଥିଲେ । ପୁଲିସ ସିସିଟିଭି ଫୁଟେଜକୁ ଯାଞ୍ଚ କରି ଲୁଟ୍ର ସୁରାକ ପାଇଥିବା ବେଳେ ଆଜି ୯ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ପପୁ ସୁନା (୧୯), ଆଦିତ୍ୟ କନ୍ଧପାନ (୧୯), ସ୍ୱାଧୀନ ପାଣିଗ୍ରାହୀ (୨୦), ଅନିତ କୁଳଦୀପ (୩୦) ଏବଂ ଅନ୍ୟମାନେ ନାବାଳକ ବୋଲି ପୁଲିସ ସୂଚନା ଦେଇଛି । ଏମାନଙ୍କ ଠାରୁ ଗୋଟିଏ ମୁ୍ୟଜିକ୍ ସିଷ୍ଟମ, ରୁମ୍ ହିଟର, ୨ ମୋବାଇଲ ଫୋନ୍, ଚାର୍ଜର, ଗୋଟିଏ ସୁନା ମଙ୍ଗଳସୁତ୍ର, ଗୋଟିଏ ସୁନା ଚେନ୍, ୩ ଟି ସୁନା ମୁଦି, ୧୩ ଯୋଡା କାନ ଫୁଲ, ଦେବୀଙ୍କ ପ୍ରତିମା ଥିବା ୨ ଟି ସୁନା ଲକେଟ୍, ଗୋଟିଏ ରୂପା ମଥାମଣି, ଲୁହା ରୋଡ୍, ଭଙ୍ଗା ତାଲା,୧୦ଟି ଭିନ୍ନ ରଙ୍ଗର ବ୍ୟାଗ୍ ଆଦି ଜବତ କରାଯାଇଛି ।