ଡ୍ରିମ-୧୧: ୫ କୋଟି ଓ ଥର୍ଗାଡି ଜିତିଲେ ଅଭିମନୁ୍ୟ
ସିଂହପୁର : ବିଞ୍ଝାରପୁର ବ୍ଲକ ଚିକଣା ପଞ୍ଚାୟତର ଅଭିମନୁ୍ୟ ପଣ୍ଡା ନାମକ ଜଣେ ଯୁବକ ଡ୍ରିମ-୧୧ ଅନ୍ଲାଇନ ଗେମରେ ୪୯ଟଙ୍କା ଲଗାଇ ୫କୋଟି ଟଙ୍କା ଜିତିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ଖବର ଅନୁଯାଇ ଚିକଣା ପଞ୍ଚାୟତର ଏହି ଯୁବକ ଅଭିମନୁ୍ୟ ଭୂବନେଶ୍ୱରର ଏକ ପ୍ରିଣ୍ଟିଂ ପ୍ରେସରେ କାର୍ଯ୍ୟ କରନ୍ତି । ଡ୍ରିମ-୧୧ଅନ୍ଲାଇନ ଗେମରେ ପ୍ରତ୍ୟେହ ସେ ଟିମ ପ୍ରସ୍ତୁତ କରି ଟଙ୍କା ଲଗାଣ କରିଥାନ୍ତି । ମାତ୍ର ଭାଗ୍ୟ ସାଥ ଦେଉନଥିବାରୁ ବାରମ୍ବାର ବିଫଳ ହୋଇଥାନ୍ତି ସେ । ଗତକାଲି ଡ୍ରମ-୧୧ରେ ୭ଟି ଟିମ୍ ପ୍ରସ୍ତୁତ କରି ଗେମ ଖେଳିଥିଲେ । ତେବେ ତାଙ୍କର ୬ ନଂ ଟିମ୍ଟି ବିଜୟ ହାସଲ କରିଥିବାରୁ ତାଙ୍କୁ ୫ କୋଟି ଟଙ୍କା ଓ ଥର ଗାଡି ମିଳିବା ନେଇ ସୂଚନା ମିଳିଛି । ଏପରିକି ତାଙ୍କ ଆକାଉଣ୍ଟ ଟଙ୍କା ଆସିଥିବା ସେ ପ୍ରକାଶ କରିଛନ୍ତି । ଏହାକୁ ନେଇ ପରିବାର ଓ ବାନ୍ଧୁବାନ୍ଧବ ଖୁସି ମନାଉଛନ୍ତି ।