ଥଣ୍ଡା ବୋତଲରେ ଦେଶୀ ମଦ, ୨ ଗିରଫ
କପ୍ତିପଦା : ଥଣ୍ଡା ବୋତଲରେ ଦେଶୀ ମଦ । ସମସ୍ତଙ୍କ ଆଖିରେ ଧୂଳି ଦେଇ ବ୍ୟାଗରେ ଭର୍ତ୍ତି କରି ଯାତ୍ରୀବାହୀ ବସରେ ଚାଲାଣ କରୁଥିଲେ ଦୁଇ ଯୁବକ । ବସ୍ରୁ ଦୁଇ ଯୁବକଙ୍କୁ ଗିରଫ କରିବା ସହିତ ମଦ ଜବତ କଲା ପୋଲିସ । ପ୍ରକାଶ ଯେ, ଉଦଳାରୁ ଭୁବନେଶ୍ୱର ଯାଉଥିବା ଶାନ୍ତିଲତା ନାମକ ଯାତ୍ରୀବାହୀ ବସ୍ରେ ସୋମବାର ଦିନ ୧୦ଟା ଉଦଳା ଥାନା ଅମ୍ବିକାଦେଇପୁର ଗ୍ରାମର ଦୁଇ ଜଣ ଯୁବକ ୬ ଗୋଟି ବ୍ୟାଗରେ ଥଣ୍ଡା ବୋତଲରେ ଦେଶୀ ମଦ ଭର୍ତ୍ତି କରି ଭୁବନେଶ୍ୱର ସାଲିଆସାହି ନେଇ ଯାଉଥିଲେ । ଖବର ପାଇ ଉଦଳା ପୋଲିସ ବସଷ୍ଟାଣ୍ଡରୁ ଦୁଇ ଜଣ ଯୁବକଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୫୫ ଗୋଟି ଥଣ୍ଡା ବୋତଲରେ ଥିବା ୧୧୦ ଲିଟର ଦେଶୀ ମଦ ଜବତ କରିଛି । ଗିରଫ ଦୁଇ ଜଣ ଯୁବକ ହେଲେ ଲବ ସିଂ ଏବଂ ଭୋଳାନାଥ ସିଂ । ମଦ ସାଲିଆସାହିରେ ପହଞ୍ଚାଇ ଦେଲେ ୫ଶହ ଟଙ୍କା ଲେଖାଏଁ ତାଙ୍କୁ ମଦ ମାଫିଆ ଦେଇଥାନ୍ତା ବୋଲି କହିଛନ୍ତି ଗିରଫ ଯୁବକ ଦ୍ୱୟ ।