ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

 ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ପକ୍ଷରୁ ମୁଖ୍ୟ ଚିକିତ୍ସାଧିକାରୀ ଡ. ନିରାକାର ପରିଡାଙ୍କ ନେତୃତ୍ୱରେ ହସ୍ପିଟାଲରେ ସ୍ୱଚ୍ଛତା ହଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପଟ୍ଟାମୁଣ୍ଡାଇ ଏମ୍ଏନ୍ ହାଇସ୍କୁଲ ଏନ୍ସିସି କ୍ୟାଡେଟ୍ସ ସଫେଇ କାର୍ଯ୍ୟ ସହିତ ସଚେତନତା ଅଭିଯାନରେ ସାମିଲ ହୋଇଥିଲେ । ଏମ୍ଏନ୍ ହାଇସ୍କୁଲ ପ୍ରଧାନଶିକ୍ଷକ ଅଶୋକ ରାଉତରାୟଙ୍କ ନିଦେ୍ର୍ଦଶରେ ଏନ୍ସିସି ଅଫିସର ସରୋଜ ସ୍ୱାଇଁ ଓ ଖେଳ ଶିକ୍ଷକ ଶଶାଙ୍କ ଶେଖର ସାହୁଙ୍କ ନେତୃତ୍ୱରେ ୫୦ ଜଣ ଏନ୍ସିସି କ୍ୟାଡେଟ କାର୍ଯ୍ୟକ୍ରମରେ ଭାଗ ନେଇ ହସ୍ପିଟାଲ ପରିସର ସଫା କରିବା ସହ "ସ୍ୱଚ୍ଛତା ହି ସେବା’, "ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ’ ପ୍ରଭୁତି ସ୍ଲୋଗାନ ଦେଇ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଏହା ପରେ ପରିବେଶ ସ୍ୱଚ୍ଛ ରହିଲେ ରୋଗ ଦୂର ହେବ ସମସ୍ତେ  ନିରୋଗ ରହିବା ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ ଏନ୍ସିସି କ୍ୟାଡେଟ, ଶିକ୍ଷକ ଓ ହସ୍ପିଟାଲ କର୍ମଚାରୀ ପରିବେଶକୁ ସଫା ରଖିବା ଓ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନ କରିବା ପାଇଁ ଶପଥ ନେଇଥିଲେ । କାର୍ଯ୍ୟକ୍ରମରେ ହସ୍ପିଟାଲ କର୍ମଚାରୀ  ନୃସିଂହ ଚରଣ ଦାସ, ପ୍ରଶାନ୍ତ ଜେନା, ଚିତ୍ତରଞ୍ଜନ ଚାନ୍ଦ ଓ ସ୍ନେହଲତା ମହାନ୍ତି ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।