ଗଞ୍ଜେଇ ଜବତ, ୧ ଗିରଫ 

 ଟାଙ୍ଗୀ-ଚୌଦ୍ୱାର : ଗତ ସପ୍ତାହ ରେ ଟାଙ୍ଗୀ ପୁଲିସ ଦଶହରା ପାର୍ବଣକୁ ଦୃଷ୍ଟି ରେ ରଖି ଚୋରା ମଦ ଓ ଅନ୍ୟ ଅବକାରୀ ଜିନିଷକୁ ଚଢ଼ଉ କରି ଜବତ କରିଥିବା ବେଳେ, ଆଜି ଟାଙ୍ଗୀ ଶାଳ ଗାଁ ପଂଚାୟତର ମାଧପୁର ଠାରେ ତପନ ବେହେରା ଏକ ଦୋକାନରୁ ୧.୪ କେଜି ଗଂଜେଇ ଜବତ କରି ଗିରଫ କରିବା ସହ କ୍ସେ ନମ୍ବର ୩୦୨/୨୫ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ  କରିଥିବାର ଜଣାପଡିଛି  । ପ୍ରକାଶ ଯେ ଆଜି ଅପରାହ୍ନ ସମୟରେ ଟାଙ୍ଗୀ ପୁଲିସ ସୂଚନା ପାଇ ଏହି ଦୋକାନରେ ଚଢ଼ଉ କରିଥିଲା ବେଳେ ଦୁଇଟି ପ୍ଲାଷ୍ଟିକ ଜାରରେ ଗଂଜେଇକୁ ଜବତ କରିଥିବାର ପ୍ରକାଶ କରିଛନ୍ତି ଟାଙ୍ଗୀ ଥାନାଧିକାରୀ ଶିବ ପ୍ରସାଦ ବଦ୍ର । ପରେ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଗଂଜେଇକୁ ଓଜନ କରି ସିଲ୍ କରିଥିଲେ ।