ମାରଣାସ୍ତ୍ର ଜବତ: ଯୁବକ ଗିରଫ

 ପୁରୀ  : ତାଳବଣିଆ ଥାନା ଅନ୍ତର୍ଗତ ଭୁଦାନ ଜଙ୍ଗଲ ଅଞ୍ଚଳରେ ମାରଣାସ୍ତ୍ର ଧରି ବୁଲୁଥିବା ବେଳେ ତାଳବଣିଆ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସମ୍ପୃକ୍ତ ଅଭିଯୁକ୍ତ ହେଲା ପିକେଆରଆଇଟି କଲୋନୀର ପୋଡ଼ା ମୋବିଲ ଓରଫ କାଳିଆ ଓରଫ କାଳୁୁ ପଟ୍ଟନାୟକ (୩୫) । ଅଭିଯୁକ୍ତ ଠାରୁ ପୁଲିସ ଗୋଟିଏ କଟୁରୀ ଓ ୬୦୦ଟଙ୍କା ଜବତ କରିଛି । ଏକ ମାମଲା ରୁଜୁ କରାଯାଇଛି ।