କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶ
ପୁରୀ : ସ୍ଥାନୀୟ ସଂସ୍କୃତି ଭବନ ଠାରେ ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଅ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀମାନେ ଯୋଗଦାନ କରି ବିଜେପି ସରକାରର ଶାସନର ଏକ ବର୍ଷ ପୂରଣକୁ ସମାଲୋଚନା କରିଥିଲେ । ରାଜ୍ୟରେ ବିଜେପି ସରକାର ଏକ ବର୍ଷ ପୂରଣ କରିଥିବା ବେଳେ ଲୋକମାନଙ୍କ ପାଇଁ କିଛି କରିନଥିବା କଂଗ୍ରେସ ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା । ରାଜ୍ୟରେ ବିଜେପି ସରକାର ଏକ ବର୍ଷ ମଧ୍ୟରେ ଲୋକମାନଙ୍କୁ କେବଳ ପ୍ରତାରଣା କରିଛି ବୋଲି କଂଗ୍ରେସ ନେତା ଶ୍ରୀ ବାହିନୀପତି ଅଭିଯୋଗ କରିଥିଲେ । ଏହି କର୍ମୀ ସମ୍ମିଳନୀରେ ରାଜ୍ୟର ନେତୃସ୍ଥାନୀୟ ବ୍ୟକ୍ତିମାନେ ଯୋଗଦେଇ ବିଜେପି ସରକାରର ବିଫଳତା ବଖାଣିଥିଲେ । ମହିଳାମାନଙ୍କ ପ୍ରତି ଅସଦାଚରଣ ବୃଦ୍ଧି ପାଉଥିବା ବେଳେ ମହିଳାମାନେ ସୁରକ୍ଷିତ ନୁହଁନ୍ତି ବୋଲି ଗୁରୁତର ଅଭିଯୋଗ ଆଣିଛି କଂଗ୍ରେସ ଦଳ ।