ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ କେନ୍ଦ୍ରାଞ୍ଚଳ ଡ଼ିଆଇଜି

 ପୁରୀ : ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଓଡ଼ିଶା ପୋଲିସ ବିଭାଗର କେନ୍ଦ୍ରାଞ୍ଚଳ ଡ଼ିଆଇଜି ଡ଼. ସତ୍ୟଜିତ୍ ନାୟକ ପୁରୀ ଆସି ଗୋବର୍ଦ୍ଧନ ପୀଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଆର୍ଶୀବାଦ ଗ୍ରହଣ କରିଛନ୍ତି । ରାଜ୍ୟରେ ସନାତନ ଗୁରୁ ପରମ୍ପରାର ପ୍ରମୁଖ ପୀଠ ଗୋବର୍ଦ୍ଧନ ପୀଠ ହୋଇଥିବାରୁ ଏହାର ସୁରକ୍ଷା ଓ ଶଙ୍କରାଚାର୍ଯ୍ୟଙ୍କ ସୁରକ୍ଷା ପ୍ରତି ରାଜ୍ୟ ସରକାର ତୀକ୍ଷଣ ଦୃଷ୍ଟି ରଖିଛନ୍ତି ଓ ସେ ନିଜେ ବ୍ୟକ୍ତିଗତ ଭାବେ ଦୃଷ୍ଟି ରଖିବେ ବୋଲି କେନ୍ଦ୍ରାଞ୍ଚଳ ଡ଼ିଆଇଜି ଡ଼. ନାୟକ ପ୍ରକାଶ କରିଛନ୍ତି ।