ଉକ୍ରଳ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ : ‘ସାମାଜିକ ଓ ଅର୍ଥନୈତିକ ସୁରକ୍ଷା ସାମ୍ବାଦିକଙ୍କ ସମସ୍ୟା ସମାଧାନର ଏକମାତ୍ର ମାଧ୍ୟମ’

 ଯାଜପୁର : ସାମ୍ବାଦିକ ମାନେ ଘଡ଼ିସନ୍ଧୀ ମୁହୂର୍ତ୍ତ ଦେଇ ଗତି କରୁଛନ୍ତି । ବିଶେଷ କରି ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ସାମ୍ବାଦିକ ସମସ୍ୟା ଘେରରେ ରହିଛନ୍ତି । ସାମାଜିକ ଏବଂ ଅର୍ଥନୈତିକ ସୁରକ୍ଷା ସାମ୍ବାଦିକଙ୍କ ସମସ୍ୟାର ଏକମାତ୍ର ମାଧ୍ୟମ ବୋଲି ଦଶରଥପୁର ବ୍ଲକ ଉକôଳ ସାମ୍ବାଦିକ ସଂଘର ଦ୍ୱିତୀୟ ବାର୍ଷିକ ଉତ୍ସବ ଅବକାଶରେ ଆୟୋଜିତ ‘ସମସ୍ୟା ଘେରରେ ଗ୍ରାମାଞ୍ଚଳ ସାମ୍ବାଦିକତା’ ଶୀର୍ଷକ ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଥିଲା । ଥାଲକୁଡ଼ି ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଆଲୋଚନା ଚକ୍ର ବ୍ଲକ ଉକôଳ ସାମ୍ବାଦିକ ସଂଘର ସଭାପତି ଜୟପ୍ରକାଶ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥିଭାବେ ବିଞ୍ଝାରପୁର ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ ଯୋଗଦେଇ ସାମ୍ବାଦିକ ମାନଙ୍କର ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତଥା ବିଧାନସଭାରେ ଦାବି ଉପସ୍ଥାପନ କରିବେ ବୋଲି ମତବ୍ୟକ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟ ବକ୍ତାଭାବେ ଉକôଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ରୋଟାରୀଆନ ବିଭୁତି ଭୂଷଣ କର, ବିଶିଷ୍ଠ ଅତିଥିଭାବେ ଯାଜପୁର ବିଧାୟିକା ସୁଜାତା ସାହୁ, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଜିଲା ପରିଷଦ ସଭାପତି ଗୌତମ ରାୟ, ଉକôଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ, ଉକôଳ ସାମ୍ବାଦିକ ସଂଘର ଯାଜପୁର ଜିଲ୍ଲା ସଭାପତି ହରିହର ସ୍ୱାଇଁ, ଉକôଳ ସାମ୍ବାଦିକ ସଂଘର ଯାଜପୁର ଜିଲା ସାଧାରଣ ସମ୍ପାଦକ ପବିତ୍ର ରଞ୍ଜନ ମହାନ୍ତି, ବରିଷ୍ଠ ସାମ୍ବାଦିକ ବିଶ୍ୱଜିତ ମିଶ୍ର ପ୍ରମୁଖ ଯୋଗ ଦେଇିଥିଲେ । ସାମ୍ବାଦିକ ସୁରକ୍ଷା ଆଇନ, ପେନସନ ପ୍ରଦାନ, ଅଧିସ୍ୱୀକୃତି କମିଟି ଗଠନ ପୂର୍ବକ ରାଜ୍ୟର ସାମ୍ବାଦିକ ମାନଙ୍କୁ ମାନ୍ୟତା ପ୍ରଦାନ କରିବାରେ ବିଳମ୍ବ ହେଲେ ସଙ୍ଘ ଆନେ୍ଦାଳନକୁ ଓହ୍ଲାଇବ ବୋଲି  ରାଜ୍ୟ ସଭାପତି ବିଭୁତି ଭୂଷଣ କର ମତବ୍ୟକ୍ତ କରିଥିଲେ । ବ୍ଲକ ସଂଘର କୋଷାଧକ୍ଷ ରାକେଶ କୁମାର ସାହୁ ବାର୍ଷିର୍କ ବିବରଣୀ ପାଠ କରିଥିବାବେଳେ ବରିଷ୍ଠ ସଭ୍ୟ ସୀତାଂଶୁ ଶେଖର ଜେନା ମାନପତ୍ର ପଠନ ଏବଂ ମନୋରଞ୍ଜନ ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଧାମନଗର ବ୍ଲକ ହସନାବାଦ ପଞ୍ଚାୟତର ଯୁବ ସରପଞ୍ଚ ଅଜୟ କୁମାର ମଲ୍ଲିକଙ୍କୁ ସମାଜସେବା, ସଫଳ ଚାଷୀ ଭାବେ ସମରେନ୍ଦ୍ର ପରିଡା, ଗୀତିକାର ତଥା ଶିକ୍ଷାବିତ ଶିକ୍ଷକ ବିପିନ ବିହାରୀ ରାୟ ଓ ନୃତ୍ୟ ପାଇଁ ମିହିର ମଲ୍ଲିକଙ୍କୁ ସମ୍ମାନିତ କରାଯାଇଥିଲା । ଉକôଳ ସାମ୍ବାଦିକ ସଙ୍ଘ ଦଶରଥପୁର ବ୍ଲକର ବରିଷ୍ଠ ସଭ୍ୟ ସନ୍ଦୀପ ରାୟ, ସଞ୍ଜୟ ରାୟ, ବିଜୟ ରାଉତ, ସରୋଜ ପୃଷ୍ଟି, ସରୋଜ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ । ଶେଷରେ ବରିଷ୍ଠ ସମାଜସେବୀ ପ୍ରଦୀପ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ରଙ୍ଗ ବଲ୍ଲଭ ସାହୁ, ଦେବାଶିଷ ସାହୁ, ହିମାଂଶୁ ପାଢ଼ୀ, ବିଜୟ ସାହୁ, ସୁବାଶିଷ ରାଉତ, ଦିବ୍ୟକାନ୍ତ କର, ଭରତ ନାୟକ, ବିଦ୍ୟାଧର ବେହେରା, ଚନ୍ଦ୍ରକାନ୍ତ ପତି, ଜିତେନ୍ଦ୍ର ବେହେରା, ଶଙ୍କର୍ଷଣ ସେଠି, ଲିଙ୍ଗରାଜ ସାହୁ, ତପନ ନାୟକ, ରଜତ ସାହା, ସରୋଜ ପଣ୍ଡା, ମନୋଜ କୁମାର ନାୟକ, ନିଶିକାନ୍ତ ସେନାପତି, ପ୍ରଦୀପ ଚାନ୍ଦ ପ୍ରମୁଖ  ଯୋଗ ଦେଇଥିଲେ ।