ମଦ ଜବତ, ୩ ଗିରଫ

 ନୂଆପଡା : ସିନାପାଲି ଅବକାରୀ ବିଭାଗ ଚଢ଼ଉ କରି ୩୩ ଲିଟର ଦେଶୀ ମଦ ଜବତ କରିବା ସହ ତିନିଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ତାଲାକୋଟ ଗ୍ରାମର ଅମରଚନ୍ଦ ମାଝି, ସାନ ମାଝି ଓ ଦୀପକ ମାଝି । ଅବକାରୀ ଅଧିକାରୀ ସିଦ୍ଧାନ୍ତ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ତାଲାକୋଟରେ ଚଢ଼ଉ କରିଥିଲା । ଚଢ଼ଉ ବେଳେ ଅମରଚନ୍ଦ ମାଝିଙ୍କ ପାଖରୁ ୧୦ଲିଟର, ସାନ ମାଝି ପାଖରୁ ୧୧ଲିଟର ଓ ଦୀପକ ମାଝି ପାଖର ୧୨ଲିଟର ଦେଶୀ ମଦ ପାଉଚ ଜବତ କରିବା ସହ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।