ଜାତୀୟ ପରିସଂଖ୍ୟାନ ଦିବସ
ନୂଆପଡା : ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସଦ୍ଭାବନା ସଭାଗୃହ ଠାରେ ୧୯ ତମ ଜାତୀୟ ପରିସଂଖ୍ୟାନ ଦିବସ ଭାରପ୍ରାପ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ଅବସରରେ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦାନ କରିଥିଲେ । ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଉପନିଦେ୍ର୍ଦଶକ ପରିମଳ ସାମଲ ସ୍ୱାଗତ ସମ୍ଭାଷଣ ସହିତ ପରିସଂଖ୍ୟାନ ଦିବସ ଏବଂ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହଲା ନୋବିସଙ୍କ ଉପରେ ନିଜ ବକ୍ତବ୍ୟ ରଖିଥିଲେ । ଉକ୍ତ ସଭାର ମୁଖ୍ୟବକ୍ତା ରୂପେ ଫକୀର ମୋହନ ପାଢ଼ୀ, ଅଧ୍ୟାପକ ପଞ୍ଚାୟତ ଡିଗ୍ରୀ କଲେଜ କୋମନା ନିଜର ମନ୍ତବ୍ୟ ସହିତ ଜିଲ୍ଲାରେ ପରିସଂଖ୍ୟାନର ଆବଶ୍ୟକତା ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ନ୍ୟାସନାଲ କଲେଜ ନୂଆପଡ଼ାରୁ ଆସିଥିବା ଛାତ୍ରଛାତ୍ରୀ ମାନେ ପରିସଂଖ୍ୟାନ ବ୍ୟବସ୍ଥା ଉପରେ ନିଜ ନିଜର ପ୍ରଶ୍ନ ଉତ୍ଥାପନ କରିଥିଲେ । ଶେଷରେ ସହକାରୀ ନିଦେ୍ର୍ଦଶକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।