ବାଇକ ଧକ୍କାରେ ଜଣେ ଗୁରୁତର
ବୈଶିଙ୍ଗା : ବୈଶିଙ୍ଗା ଥାନା ଅନ୍ତର୍ଗତ ଡାହିବାଡି ହାଟ ନିକଟସ୍ଥ ରୁପସା-ବୈଣିଙ୍ଗା ରାସ୍ତାର ମହୁରୀ ନିକଟରେ ଗୋଟିଏ ବାଇକ ସହିତ ସାଇକେଲ ଚାଳକର ଧକ୍କା ହେବା ଫଳରେ ଜଣେ ଗୁରୁତର ହୋଇ ବାଲେଶ୍ୱର ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ବିଷ୍ଣୁପୁର-ଧାନଘେରା ଗ୍ରାମ ର କାଳିଆ ସିଂଙ୍କ ପୁଅ ଅନୁ ସିଂ(୨୫) ନିଜ ବାଇକ ଯୋଗେ ଡାହିବାଡି ହାଟରୁ ପରିବା କିଣି ଘରକୁ ଫେରୁଥିବା ସମୟରେ ମହୁରୀ ଛକ ଆଇଟିଆଇ ନିକଟରେ ଏକ ସାଇକେଲ ଆରୋହୀ ସହିତ ଧକ୍କା ହୋଇଥିଲା । ସାଇକେଲ ଆରୋହୀର କିଛି କ୍ଷତି ହୋଇ ନଥିବା ବେଳେ ବାଇକ ଆରୋହୀଙ୍କୁ ଗୁରୁତର ଭାବେ ସ୍ଥାନୀୟ ଲୋକଙ୍କ ସହାୟତାରେ ବୈଶିଙ୍ଗା ଡାକ୍ତରଖାନାକୁ ନେଇ ଆସିଥିଲେ । ସେଠାରେ ପ୍ରାଥମିକ ଚିକିସôା ପରେ ଗୁରୁତର ହେବାରୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି ।