ଧାମନଗର ଏନ୍ଏସି ୯ମ ଅଧିବେଶନ ଅନୁଷ୍ଠିତ: ନିଜସ୍ୱ ଅଫିସ ଗୃହ ପାଇଁ ଖର୍ଚ୍ଚ ହେବ ୬ କୋଟି

 ଧାମନଗର:  ଧାମନଗର ଏନଏସି ପକ୍ଷରୁ ନବମ ଅଧିବେଶନ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ନିବେଦିତା ଜେନାଙ୍କ ଅଧ୍ୟକ୍ଷତା ରେ ଉଚ୍ଚÿଶିକ୍ଷାମନ୍ତ୍ରୀଙ୍କ ନଗର ପ୍ରତିନିଧି କୈଳାଶ ମହାପାତ୍ର,ଏମପି ପ୍ରତିନିଧି ସରୋଜ କୁମାର ମହାପାତ୍ର, ଉପାଧ୍ୟକ୍ଷ ୱାଶିମ ଏଜଦାନି କାଦରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଏନ ଏସିର ନିଜସ୍ୱ କାର୍ଯ୍ୟାଳୟ ନିର୍ମାଣ ପାଇଁ ପୂର୍ବ ସରକାରଙ୍କ ଅମଳରେ ଆସିଥିବା ୬ କୋଟି ଟଙ୍କା ପୋଲିସ ହାଉସିଂ ବୋର୍ଡ କରିବାର ଥିଲେ ମଧ୍ୟ ଅଦ୍ୟାବଧି କାମ ହୋଇ ନଥିଲା ତେବେ ଉକ୍ତ କାର୍ଯ୍ୟ ଏମ,ପି, ସି,ସି   କାର୍ଯ୍ୟ କରିବାକୁ ଆଜିର ବୈଠକରେ ମୁଖ୍ୟତଃ ଆଲୋଚନା ହୋଇ ଗୃହୀତ ହୋଇ ଥିଲା ତେବେ ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ଅଧ୍ୟକ୍ଷା ସୁଚନା ପ୍ରଦାନ କରିଥିଲେ । ସ୍ମାର୍ଟ ପାର୍କ ନିର୍ମାଣ, ହୋଲ୍ଡିଂ ଟ୍ୟାକ୍ସ ଆଦାୟ,ଧାମନଗର - ଦୋବଲ ବାଇପାସ ରାସ୍ତା ନିର୍ମାଣ ତଥା ଭଦ୍ରକ ପୂର୍ତ୍ତବିଭାଗ ପକ୍ଷରୁ ଧାମନଗର ଛକ ଠାରୁ ଧାମନଗର ବିଜୁ ପଟ୍ଟନାୟକ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ନବୀକରଣରେ ଟେଣ୍ଡର ହୋଇସାରିଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟକାରୀ ନହେବା ଆଦି ଗୁରୁତ୍ୱ ପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇଥିଲା  । ସେହିପରି ୧୧ ଟି ୱାର୍ଡ ର ଯେଉଁ ସବୁ କାର୍ଯ୍ୟ ହେଉଚି ୱାର୍ଡ ସଭ୍ୟ ସଭ୍ୟାଙ୍କ ପରାମର୍ଶ କ୍ରମେ ଟେଣ୍ଡର ମା କାର୍ଯ୍ୟ କରିବାକୁ ମଧ୍ୟ ଆଲୋଚନା କରା ଯାଇଥିଲା । ତେବେ ଆଜିର ଏହି ବୈଠକ ପାଇଁ କିଛି ଦିନ ହେବ ବାହାରେ ବିଭିନ୍ନ ଆଲୋଚନା ହେଉଥିଲା ବୈଠକ ରେ କିଛି ଗୋଟେ ଘଟଣା ଘଟିବା  । ଏ ପାଇଁ ବାହାରେ ମଧ୍ୟ ଗଣ ମାଧ୍ୟମ ପ୍ରତିନିଧି ମାନେ ଅନାଇ ଥିଲେ ସବୁ କଳ୍ପନା ଫଶର ଫାଟିଗଲା ସ୍ୱାଭାବିକ ଭାବେ ବୈଠକ ସରିଥିଲେ । ୧୧ ଟି ୱାର୍ଡର ସମସ୍ତ କାଉନସିଲର ଉପସ୍ଥିତ ଥିଲେ । ଶେଷରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସନ୍ତୋଷ ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ  ।