ଭୂମିହୀନଙ୍କୁୁ ଘରଡିହ ଦେବାକୁ ସମୀକ୍ଷା ବୈଠକ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ରାଜସ୍ୱ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲପାଳ ରବିନ୍ଦ୍ର କୁମାର ମଲିକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାରେ ବସୁନ୍ଧରା ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଘରଡିହ ନଥିବା ପରିବାରକୁ ଚିହ୍ନଟ କରି ସେମାନଙ୍କୁ ଜାଗା ଯୋଗାଇବା, ଜବରଦଖଲରେ ଥିବା ସରକାରୀ ଜମିକୁ ମୁକ୍ତ କରିବା, ସରକାରୀ ଜମି ଗୁଡିକର ସୁରକ୍ଷା ପାଇଁ ତାର ବାଡ ଦେବା, ଡେରାବିଶ, କେନ୍ଦ୍ରାପଡା, ରାଜନଗର, ମାର୍ଶାଘାଇ ତହସିଲ ଅଂଚଳରେ ହାଇଟେକ ସର୍ଭେ କରି ଚାଷ ଜମି, ସରକାରୀ ଜାଗା, ଘରବାଡି ଇତ୍ୟାଦି ଗୁଡିକୁ ଚିହ୍ନଟ କରିବା, ମୁ୍ୟଟେସନ ମାମଲା ଗୁଡିକୁ ଯଥାଶିଘ୍ର ସମାଧାନ କରି ତୁରନ୍ତ ପଟା ପ୍ରଦାନ କରିବା ଆଦି ସଂପର୍କରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲିକ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି ବିଭାଗୀୟ ଅଧିକାରୀଙ୍କୁ କାର୍ଯ୍ୟକାରୀ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଆୟୋଜିତ ଏହି ବୈଠକରେ ଜିଲ୍ଲାର ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର ଓ ଲାଇନ ଡିପାଟମେଣ୍ଟର ଅଧିକାରୀ ମାନେ ଉପସ୍ଥିତ ଥିଲେ ।