ବିଷାକ୍ତ ମଦ ପିଇ ମୃତ ଘଟଣା:  ଆକ୍ସନ ମୋଡରେ ଅବକାରୀ ବିଭାଗ, ୫ ଗିରଫ

 ରାସୋଳ : ଢେଙ୍କାନାଳ ଜିଲ୍ଲା ହିନେ୍ଦାଳ ଉପଖଣ୍ଡ ରାସୋଳ ଥାନା ବମ୍ପା ଗାଁରେ ବିଷାକ୍ତ ମଦ ପିଇ ୨ ଜଣଙ୍କ ମୃତୁ୍ୟ ହୋଇଥିବା ଘଟଣା ସାମ୍ନାକୁ ଆସିବା ପରେ ଆଜି ପୁଲିସ ଓ ଅବକାରୀ ବିଭାଗ ମିଳିତ ଚଢ଼ାଉ କରି ୫ଜଣଙ୍କୁ ଗିରଫ କରିଛି  । ସେମାନେ ଦେଶୀ ମଦ ରାନ୍ଧି ସେଥିରେ ପାଉଡର ମିଶାଇ ବିକ୍ରି କରିଥିବା ଜଣାପଡିଛି  । ଘଟଣାରୁ ପ୍ରକାଶ ଯେ ଗାଁରେ ଦେଶୀ ରନ୍ଧା ମଦ ପିଇ ପ୍ରଫୁଲ୍ଲ ସାମଲ ଓ ମିଲୁ ସାମଲ ମୃତୁ୍ୟ ବରଣ କରିଥିବା ବେଳେ ଗୁରୂତର ଭାବେ ସୁଶାନ୍ତ ମାଝୀଙ୍କୁ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରାଯାଇଛି  । ବିଷାକ୍ତ ଦେଶୀ ରନ୍ଧା ମଦ ପିଇ ଲୋକଙ୍କ ମୃତୁ୍ୟ ହୋଇଥିବା ଗ୍ରାମବାସୀ ଅଭିଯୋଗ କରୁଥିବା ବେଳେ ବିଷାକ୍ତ ମଦ ନୁହଁ ବରଂ ମଦ ପିଇ ପିଇ ଲୋକଙ୍କ ମୃତୁ୍ୟ ହୋଇଥିବାର ସଫେଇ ଦେଇଛି ଅବକାରୀ ବିଭାଗ ।  ହିନେ୍ଦାଳ ଉପଖଣ୍ଡରେ ଦେଶୀ ମଦ କୁଟୀର ଶିଳ୍ପ ପାଲଟି ଥିବା ବେଳେ ଅବକାରୀ ବିଭାଗ ଓ ପୁଲିସ ନୀରବ ଦ୍ରଷ୍ଟା ସାଜିଛି । ସେପଟେ ଏହି ଘଟଣାରେ ବମ୍ପା ଗାଁରେ ବିଜେଡିର ପ୍ରତିନିଧି ଦଳ  ପହଞ୍ଚି ଏହାର ଉଚ୍ଚ ସ୍ଥରୀୟ ତଦନ୍ତ ଦାବୀ କରିବା ସହିତ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବୁୀ କରିଛନ୍ତି  । ବମ୍ପା ଗାଁରେ  ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ପହଞ୍ଚି  ଅନୁସନ୍ଧାନ ଜାରୀ ରଖିଛି । ଘଟଣାର ତଦନ୍ତ କରିବା ପରେ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ଜିଲ୍ଲା ଚିକିସôାଧିକାରୀ ଇସାନୀ ମିଶ୍ର । ଏହି ସମ୍ବେଦନ ଶିଳ ଘଟଣାରେ ପୁଲିସ କିଛି ସ୍ଥାନୀୟ ଲୋକଙ୍କୁ ଅଟକ ରଖି ଘଟଣା ଉପରେ ତୀକ୍ଷଣ ନଜର ରଖିଛି ।