ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକୋତ୍ସବ

 ରାଜକନିକା: ରାଜକନିକା ବ୍ଲକ ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘ ର ବାର୍ଷିକୋସôବ ବାଘବୁଦା ସ୍କୁଲ ପରିସରରେ ସଭାପତି କୁର୍ତ୍ତିବାସ ନାୟକ ଙ୍କ ପୌରହିତ ରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସମ୍ପାଦକ କାଳୀ ପ୍ରସାଦ ନାୟକ, କାର୍ଯ୍ୟକାରୀ ସଭାପତି ନିର୍ମଳ ଚନ୍ଦ୍ର ଦାସ, ସମନ୍ୱୟ କମିଟି ସଂଯୋଜକ ସୁବଧ କାନ୍ତ ରାୟ, କୋଡିନେସନ କମିଟି ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ନାୟକ, ସୁରେନ୍ଦ୍ର ପ୍ରଧାନ, ଅଜୟ ସାମଲ ପ୍ରମୁଖ ଯୋଗ ଦେଇ ଅବସରପ୍ରାପ୍ତ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ସଂଘ ପକ୍ଷରୁ ରାଜକନିକା କୁ ଏକ ନିର୍ବାଚନ ମଣ୍ଡଳୀ କରିବା, ସ୍ମାର୍ଟ ମିଟର ଓ ବିଦୁ୍ୟତ୍ ଭଡା ବୃଦ୍ଧି ବନ୍ଦ, ଶିକ୍ଷକଙ୍କ ବକେୟା ରାଶି ପ୍ରଦାନ, କରୋନା ସମୟରୁ ଥିବା ୩ ମାହାଙ୍ଗା ଭତ୍ତା ପ୍ରଦାନ କରିବା ଆଦି ଦାବି ସରକାରଙ୍କ ପାଖରେ ରଖିବାକୁ ସ୍ଥିର କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଙ୍ଘ ପକ୍ଷରୁ ଏମଏ ପାଶ କରିଥିବା ଗୋପୀନାଥ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ନବ କିଶୋର ସୁତାର, ରମାକାନ୍ତ ସାହୁ, ଗଣେଷ ପ୍ରସାଦ ଲେଙ୍କା, ପଦ୍ମଲୋଚନ ରାଉତ, ଫକୀର ମୋହନ ନାୟକ, ଅକ୍ଷୟ ନାଥ, ତ୍ରିଲୋଚନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।