ଗୋଟିଏ ମାଛର ଦାମ୍ ୪.୫୨ଲକ୍ଷ

 ଚାନ୍ଦବାଲି : ମାଛ ଗୋଟିକର ଦାମ ଦୁଇଗୋଟି ବୁଲେଟ ଦାମ ଠାରୁ ଅଧିକ । କଥାଟା ଟିକେ ଅବିଶ୍ୱନିୟ ଲାଗୁଥିଲେ ମଧ୍ୟ ସତ । ଏଭଳି ଖବର ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ । ଧାମରା ମୁହାଁଣର ଗଭୀର ସମୁନ୍ଦ୍ରରୁ ଧୀବର ମାନେ  ଏହି  ପ୍ରଜାତିର ଦୁଇଗୋଟି ମାଛ ଧରି ଛନ୍ତି । ମାଛ ର ନାମ ତେଲିଆ । ଗୋଟିଏ ମାଛ ୨୧କେଜି ହୋଇଥିବା ବେଳେ ତାହା କେଜି ପ୍ରତି ୭୫୦୦ ଟଙ୍କାରେ ମୋଟ ଏକଲକ୍ଷ୍ ୫୭୫୦୦ ଟଙ୍କା ରେ ଏବଂ ଅନ୍ୟଟି  ୩୧କେଜି ୬୦୦ ମାଛକୁ କେଜି ପ୍ରତି ୧୪ ହଜାର ୬ଶହ ଟଙ୍କାରେ ମୋଟ ୪ଲକ୍ଷ ୫୨୬୦୦ ଟଙ୍କାରେ ବିକ୍ରି ହୋଇଛି ।  ଗଭୀର ସମୁନ୍ଦ୍ରରୁ ଧରିବା ପରେ ଏହି ମାଛକୁ  ଧାମରା ଚାନ୍ଦିନୀ ପାଳ ସ୍ଥିତି କଣ୍ଟାରେ ଓଜନ କରାଯାଇଛି. ଏବଂ ମାଛକୁ ବିଭିନ୍ନ ନିଲାମ ଧାରୀ ଔଷଧ କମ୍ପାନୀକୁ ଯୋଗାଯୋଗ କରି ଏହି ମାଛକୁ ନିଲାମ ଧରିଛନ୍ତି କେଜି ପ୍ରତି ଏକ ହଜାରରୁ ଆରମ୍ଭ ହୋଇ  କେଜି ପ୍ରତି ୧୪୬୦୦ ଟଙ୍କାରେ ବିକ୍ରୀହୋଇଛି । ମାଛର ଓଜନ ୩୧ କେଜି ଥିବା ବେଳେ ଏହାକୁ ୪ଲକ୍ଷ ୫୨ ହଜାର ୬ ଶହ ଟଙ୍କାରେ ବିକ୍ରି କରାଯାଇଛି । ଯାହାର ମୂଲ୍ୟ ଦୁଇଗୋଟି ବୁଲେଟ ଗାଡି ଠାରୁ ଅଧିକ ଯାହାକୁ ନେଇ ଏବେ ସାରା ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲଟିଛି ।