ସୌରଚାଳିତ ଶୀତଳ ଭଣ୍ଡାର ଉଦଘାଟିତ
ରାୟଗଡା : ଆଧିବାସୀ ଅଧ୍ୟୁଷିତ ଅଂଚଳରେ କୃଷକଙ୍କୁ ସ୍ୱାବଲମ୍ବୀ କରିବା ଉଦେ୍ଦଶ୍ୟରେ ଉକôଳ ଆଲୁମିନା ସିଏସଆର ବିଭାଗ ହରିଆଲି ପ୍ରକଳ୍ପ ଅଧିନରେ କାଶୀପୁର ବ୍ଲକ ଅନ୍ତର୍ଗତ ବିଲାମାଳ ଗ୍ରାମରେ ସୌର ଚାଳିତ ଶୀତଳ ଭଣ୍ଡାର ଉଦଘାଟିତ ହୋଇଛି । ଏହା ଚାଷୀଙ୍କୁ ଦୀର୍ଘୀ ଦିନ ଧରି ନିଜ କଷ୍ଟ ଅର୍ଜିତ ଫସଲକୁ ସଂରକ୍ଷଣ କରିବା ସହିତ ଏହା ବଜାରରେ ସଠିକ ସମୟରେ ପହଁଚାଇ ଅମଳ ସାମଗ୍ରୀର ଉଚିତ ମୂଲ୍ୟ ପାଇବାରେ ସହାୟକ ହେବ । ଏଥିପୂର୍ବରୁ ସ୍ଥାନୀୟ ଅଂଚଳରେ ଶୀତଳ ଭଣ୍ଡାର ବ୍ୟବସ୍ଥା ନଥିବାରୁ ଫସଲ ଅମଳ ପରେ ସଂଗ୍ରକ୍ଷଣ ନହୋଇପାରି ପଚିଷଡି ଯିବା ଫଳରେ ଚାଷୀମାନେ ଆର୍ଥୀକ କ୍ଷତି ଗ୍ରସ୍ତ ହେଉଥିଲେ । ସ୍ଥାନୀୟ ସାହୁକାରଙ୍କ ଠାରୁ ଋଣ କରି ଚାଷ କାର୍ଯ୍ୟରେ ବିନିଯୋଗ କରିବା ଦ୍ୱାରା ଚାଷୀ ନିଜ ଫସଲ ଅମଳ ପରେ ଏହାକୁ ସଂଗ୍ରକ୍ଷଣ ନକରିପାରି ଏହାକୁ ସ୍ଥାନୀୟ ବ୍ୟବସାୟୀଙ୍କୁୂ ବିକ୍ରୟ କରୁଥିଲେ । ଏହାଦ୍ୱାରା ଅଂଚଳର କୃଷକ ଫସଲର ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହେବା ସହ ପର୍ଯ୍ୟାୟକ୍ରମେ ଚାଷ କାର୍ଯ୍ୟରୁ ମୁହଁ ଫେରୁଥିଲେ । ସମ୍ପ୍ରତି ସମସ୍ୟା ନିବାରଣ ସକାଶେ ଉକôଳ ଅଲୁମିନା ସିଏସଆର ବିଭାଗ ତରଫରୁ ପ୍ରକଳ୍ପ ହରିଆଲି ଅନ୍ତର୍ଗତ ସୌର ଚାଳିତ ଶୀତଳ ଭଣ୍ଡାର ସ୍ଥାପନ କରାଯାଇଛି । ଉଦଘାଟନୀ କାର୍ଯ୍ୟକ୍ରମରେ ହିଣ୍ଡାଲକୋ ଇଣ୍ଡସଟ୍ରୀଜ ସିଏଫଓ ଭାରତ ଗୋଏଙ୍କା, ଉକôଳ ଆଲୁମିନା କାରଖାନା ମୁଖ୍ୟ ରବି ନାରାୟଣ ମିଶ୍ର, ସିଏଫଓ ଭାସ୍କାର ବାନର୍ଜୀ, ସିଏସଆର ମୁଖ୍ୟ ଲୋପାମୁଦ୍ର ମିଶ୍ର, ଟିକିରି ସରପଞ୍ଚ ଜଗବନ୍ଧୁ ମାଝୀ, ଆଂଚଳିକ ସମୃଦ୍ଧି ସାଧନ ଏନଜିଓ ନିର୍ବାହୀ ସଂଯୋଜକ ସଞ୍ଜିଭ କୁମାର ପଟନାୟକ ଓ ଅଜିତାଇ ଚାଷୀ ଉତ୍ପାଦକ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସରତ ନାୟକଙ୍କ ସମେତ ବିଲାମାଳ, ମକାପଦର, ସାନମାଟିକଣା, ଉପରଢେସକା, ବଡମାଚିକଣା, ନାକିଟିଗୁଡା, ଡିମୁଣ୍ଡି, ଟିକିରି ଓ କାଲିଆକଣା ଗ୍ରାମର ଅଗ୍ରଣୀ କୃଷକ ଉପସ୍ଥିତ ଥିଲେ ।