ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଗିରଫ 

 ବୁଗୁଡ଼ା: ବୁଧବାର ପୂର୍ବାହ୍ନରେ ବୁଗୁଡା ନିକଟସ୍ଥ ଷୋଳମଇଲି ମୁଖ୍ୟ ସଡକରେ ଲୁହାଖାଡି ବୋଝେଇ ଟ୍ରେଲର ଚକା ତଳେ ପଡି ୨ ଜଣ ମୃତୁ୍ୟବରଣ କରିଥିବା ଘଟଣାରେ ପୁଲିସ ଟ୍ରେଲର ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି  । ଗିରଫ ଡ୍ରାଇଭର ଜଣକ ହେଲେ ନୟାଗଡ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ ଗୋପାଳପ୍ରସାଦ ଗ୍ରାମର ସନାତନ ଆଲୁକ (୫୭)  । ଏ ନେଇ ବୁଗୁଡା ଥାନାରେ କେସ୍ ନଂ ୫୦୯/୨୫ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି  ।