ପ୍ରଜ୍ଜ୍ୱଳଙ୍କ ଭାଇ ସୂରଜ ରେଭାନ୍ନା ଗିରଫ

କର୍ଣ୍ଣାଟକ ସେକ୍ସ ସ୍କାଣ୍ଡଲରେ ଫସିଥିଲା ଜେଡିଏସ୍‌ ନେତା ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଭାଇ ସୂରଜ ରେଭାନ୍ନା ମଧ୍ୟ ଗିରଫ। ଯୌନ ନିର୍ଯାତନା ଅଭିଯୋଗରେ ତାଙ୍କୁ ହାସନ ପୁଲିସ ଗିରଫ କରିଛି। ସୂରଜ ଜଣେ ଜେଡିଏସ କାର୍ଯ୍ୟକର୍ତ୍ତାଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି।

ଜେଡିଏସର ବିଧାନ ପରିଷଦ ସଦସ୍ୟ ସୂରଜ ଜଣେ ୨୭ ବର୍ଷୀୟ କାର୍ଯ୍ୟକର୍ତ୍ତାଙ୍କୁ ଫାର୍ମ ହାଉସରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଶନିବାର ଅଭିଯୋଗର ପ୍ରାଥମିକ ଯାଞ୍ଚ ପରେ ପୁଲିସ୍‌ ସୂରଜଙ୍କ ନାଁରେ ମାମଲା ରୁଜୁ କରିଥିଲା। ଏହାପରେ ଆଜି ତାଙ୍କୁ ଗିରଫ କରାଯାଇଛି।